ଚଢ଼ାଉ ବେଳେ ବନ କର୍ମଚାରୀଙ୍କୁ ପଥର ମାଫିଆଙ୍କ ଆକ୍ରମଣ

ଢେଙ୍କାନାଳ ଅଫିସ, ୧୨।୧୨: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଷଡ଼ଙ୍ଗୀ ରେଞ୍ଜ କରଡ଼ାପାଣି ନିଶ୍ଚିନ୍ତ ଜଙ୍ଗଲରେ ବେଆଇନ୍‌ ପଥର ଖାଦାନରୁ ପଥର ଚୋରା ଚାଲାଣ ନେଇ ଅଭିଯୋଗ ହୋଉଥିଲା। ଏ ନେଇ ଖବରପାଇ ୫ ବନକର୍ମଚାରୀ ଶନିବାର ଚଢ଼ାଉ କରିଥିଲେ। ପରେ ପଥର ମାଫିଆଙ୍କ ଆକ୍ରମଣରେ ୫ ବନ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବରପଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାଫିଆମାନେ ବନକର୍ମଚାରୀଙ୍କ ବନ୍ଧୁକ, ମୋବାଇଲ ଫୋନ ଛଡ଼ାଇ ନେଇଛନ୍ତି। ଏ ଥାନାରେ ମାମଲା ରୁଜୁ ହୋଇଥିବା ଡିଏଫ୍‌ଓ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି।

Share