Categories: ଜାତୀୟ

ନୀତିଶଙ୍କ ଉପରକୁ ପଥର ମାଡ଼

ପାଟନା,୩।୧୧: ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରକୁ ପଥର ମାଡ଼ କରାଯାଇଛି। ମଧୁବନୀର ହରଲାଖିରେ ଏକ ନିର୍ବାଚନୀ ସଭାରେ ନୀତିଶ ରାଜ୍ୟର ଯୁବକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ସମ୍ପର୍କରେ କହୁଥିବାବେଳେ ଭିଡ଼ ମଧ୍ୟରେ କେହିଜଣେ ପଥରମାଡ଼ କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ବିରକ୍ତ ହୋଇ ଫିଙ୍ଗ, ଆହୁରି ଫିଙ୍ଗ, ଫିଙ୍ଗିବା ଜାରି ରଖ କିନ୍ତୁ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଥିଲେ। ନୀତିଶଙ୍କୁ ସୁରକ୍ଷାକର୍ମୀମାନେ ଘେରି ରହିଯାଇଥିଲେ। ଏହାପରେ ସେ ନିଜର ବକ୍ତବ୍ୟ ଶେଷ କରିଥିଲେ। ପଥର ଫିଙ୍ଗିଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀମାନେ ଯାଉଥିବାବେଳେ ନୀତିଶ ସେମାନଙ୍କୁ ମନା କରିଥିଲେ। ବିରୋଧୀ ଦଳଙ୍କ ପକ୍ଷରୁ ଜାଣିଶୁଣି ଏଭଳି କରାଯାଉଥିବା ମନ୍ତ୍ରୀ ସଞ୍ଜୟ କୁମାର ଝା କହିଛନ୍ତି।

Share