Advertisement

ଜିଲାପରିଷଦ ପ୍ରାର୍ଥୀଙ୍କ ଗାଡ଼ିକୁ ଫୋପାଡ଼ିଲେ ପଥର

ବାଉଁଶୁଣୀ,୧୪।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲାରେ ନିର୍ବାଚନୀ ହିଂସା ଥମିବାର ନା ନେଉନାହିଁ । ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ମାମଲା ଯୋଡ଼ି ହେବାରେ ଲାଗିଛି। ୪ନମ୍ବର ଜୋନ୍‌ର ଭାଜପା ଜିଲା ପରିଷଦ ପ୍ରାର୍ଥୀ ରାକେଶ କୁମାର ତ୍ରିପାଠୀଙ୍କ ପ୍ରଚାର ଗାଡ଼ି ଉପରକୁ ଦୁବୃର୍ତ୍ତମାନେ ଢେଲା ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ମନମୁଣ୍ଡା ଥାନା ଶଗଡ଼ା ପଞ୍ଚାୟତ ବେନାମୁଣ୍ଡା ଗ୍ରାମରୁ ପ୍ରାର୍ଥୀ ରାକେଶ ଫେରୁଥିବା ବେଳେ କିଛି ଯୁବକ ପଥର ମାଡ଼ କରିଥିଲେ। ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ସମ୍ପର୍କରେ ପ୍ରାର୍ଥୀ ମନମୁଣ୍ଡା ଥାନା ଅଧିକାରୀଙ୍କୁ ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share