କଶ୍ମୀରରେ ଇମ୍ରାନ ହାସମିଙ୍କ ଉପରେ ପଥର ମାଡ, ଅଭିଯୁକ୍ତ ଗିରଫ

ଶ୍ରୀନଗର,୨୦ ।୯: ବଲିଉଡ ଅଭିନେତା ଇମ୍ରାନ ହାସମି ଏବେ ଜମ୍ମୁ-କଶ୍ମୀରର ପହଲଗାମରେ ତାଙ୍କ ଅପକମିଂ ଫିଲ୍ମର ଶୁଟିଂ କରୁଛନ୍ତି । ନିକଟରେ ମିଳିଥିବା ସୂଚନା ଅନୁଯାୟୀ, ଅଭିନେତା ଯେତେବେଳେ ତାଙ୍କ ଫିଲ୍ମ ଶୁଟିଂ ସରିବା ପରେ ବାହାରକୁ ଆସିଥିଲେ ସେତେବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କ ଉପରକୁ ପଥରମାଡ କରିଥିଲେ । ପରେ ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ପୋଲିସ ଗିରଫ କରିଥିବା ଜଣାପଡିଛି । ଅନନ୍ତନାଗ ପୋଲିସ ଏହି ଘଟଣାକୁ ନେଇ ବୟାନ ବି ଜାରି କରି ସାରିଛି ।

ପୋଲିସ ତା’ର ବୟାନରେ କହିଛି, ‘ପହଲଗାମ’ରେ ଚାଲୁଥିବା ଫିଲ୍ମ ଶୁଟିଂ ସମୟରେ, ୧୮ ସେପ୍ଟେମ୍ବର ସନ୍ଧ୍ୟା ପ୍ରାୟ ୭ଟା ୧୫ରେ ଜଣେ ଦୁର୍ବୁତ୍ତ କ୍ରୁ ମେମ୍ବରଙ୍କ ଉପରକୁ ପଥରମାଡ କରିଥିଲା । ଏହି ମାମଲାକୁ ନେଇ ପହଲଗାମ ଥାନାରେ ଏଫଆଇଆର ଦିଆଯାଇଛି । ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ, ଇମ୍ରାନ ହାସମି କଶ୍ମୀରର ପହଲଗାମରେ ତାଙ୍କ ଅପକମିଂ ଫିଲ୍ମ ‘ଗ୍ରାଉଣ୍ଡ ଜିରୋ’ର ଶୁଟିଂ କରୁଛନ୍ତି ।

Share