‘ଆୟୁଷ୍ମାନ ଭାରତ’ ଯୋଜନାକୁ ନେଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ’

ଭୁବନେଶ୍ୱର,୧ା୨(ବ୍ୟୁରୋ): ୨୦୨୩-୨୪ରେ କେନ୍ଦ୍ର ସରକାର ଆଣିଥିବା ବଜେଟକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର କିଛି କ୍ଷେତ୍ରରେ ଆଣିଥିବା ପଦକ୍ଷେପ ବେଶ୍‌ ପ୍ରଶଂସାଯୋଗ୍ୟ। ଆଉ କିଛି ବଜେଟ ଚିନ୍ତାଜନକ। ଯାହାର ସମାଧାନ କରିବା ଜରୁରୀ ଅଟେ।

ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ବଜେଟ ୨୦୨୩ର କିଛି ଭଲ ଦିଗ ଅଛି, ଯାହାକୁ ପ୍ରଶଂସା କରାଯିବା ଆବଶ୍ୟକ ଏବଂ କିଛି ଚିନ୍ତାଧାରା ଅଛି ଯାହାକୁ ଦେଖିବା ଏବଂ ସମାଧାନ କରିବା ଆବଶ୍ୟକ। ଭଲ ପଦକ୍ଷେପ ହେଉଛି, ପୁଞ୍ଜି ବିନିଯୋଗ ବୃଦ୍ଧି, ପାନୀୟ ଜଳ ପଦକ୍ଷେପକୁ ସମର୍ଥନ ଏବଂ ଗ୍ରାମୀଣ ଗୃହ ବୃଦ୍ଧି। ମୁଁ ଆଶା ରଖିବି ଯେ, ଓଡ଼ିଶା ରାଜ୍ୟ ଭାଜପାର ନେତୃବୃନ୍ଦ ‘ଆୟୁଷ୍ମାନ ଭାରତ’ ଯୋଜନା ନେଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରିବେ।

Share