Posted inଜାତୀୟ

ଧର୍ମାନ୍ତରୀକରଣ ହେଉଥିବା ଧର୍ମସଭା ବନ୍ଦ କର: ହାଇକୋର୍ଟ

ପ୍ରୟାଗରାଜ,୩ା୭(ପି.ଟି.): ଧର୍ମାନ୍ତରୀକରଣ ହେଉଥିବା ଧର୍ମସଭାଗୁଡ଼ିକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ ବୋଲି ଆଲ୍ଲାହାବାଦ ହାଇକୋର୍ଟ କହିଛନ୍ତି। ଏହା ବନ୍ଦ ନ ହେଲେ ଦିନେ ଦେଶର ସଂଖ୍ୟାବହୁଳ ସଂଖ୍ୟାଲଘୁରେ ପରିଣତ ହୋଇଯିବ ବୋଲି ଜଷ୍ଟିସ୍‌ ରୋହିତ ରଞ୍ଜନ ଅଗ୍ରଓ୍ବାଲଙ୍କ ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି। ଅନେକ ଲୋକଙ୍କୁ ଧର୍ମାନ୍ତରୀକରଣ କରାଇବାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ କୈଳାସଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ଅବସରରେ ଖଣ୍ଡପୀଠ ଏହା କହିଛନ୍ତି।

ପ୍ରଚାର ଅର୍ଥ ପ୍ରଚାର ପ୍ରସାର କରିବା। କିନ୍ତୁ ଏହାର ଅର୍ଥ ଗୋଟିଏ ଧର୍ମର ବ୍ୟକ୍ତିକୁ ଅନ୍ୟ ଧର୍ମରେ ପରିବର୍ତ୍ତନ କରିବା ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଆବେଦନକାରୀ ତାଙ୍କ ପିଟିଶନରେ ଦର୍ଶାଇଥିଲେ, ତାଙ୍କ ଭାଇଙ୍କ ସମେତ ଗାଁରୁ କେତେଜଣକୁ ଦିଲ୍ଲୀରେ ଅନୁଷ୍ଠିତ ଏକ ଧର୍ମ ସମାବେଶକୁ ନିଆଯାଇ ସେମାନଙ୍କୁ ଖ୍ରୀଷ୍ଟିଆନ ଧର୍ମରେ ପରିବର୍ତ୍ତନ କରାଯାଇଥିଲା। ତାଙ୍କ ଭାଇ ଖ୍ରୀଷ୍ଟଧର୍ମ ନେବା ପରେ ଆଉ ଘରକୁ ଫେରୁ ନ ଥିବା ପିଟିଶନର ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଋତୁସ୍ରାବ ଜନିତ ମାସିକ ଛୁଟିକୁ ନେଇ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୭: ଋତୁସ୍ରାବ ଜନିତ ମାସିକ ଛୁଟି ନେଇ ଦୀର୍ଘ ଦିନ ହେବ ଏକ ବିତର୍କ ଚାଲିଛି। ସୁପ୍ରିମକୋର୍ଟ ସୋମବାର ଏନେଇ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି।...

ମମତା ସରକାରଙ୍କୁ ବଡ ଝଟକା

କୋଲକାତା,୮।୭: ସୋମବାର ସୁପ୍ରିମକୋର୍ଟ ପଶ୍ଚିମବଙ୍ଗର ମମତା ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି। କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ବଙ୍ଗଳା ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ...

‘ସିଏମ ସାର୍‌ ଆପଣଙ୍କ ସହ ଫଟୋ ଉଠାଇଥାଆନ୍ତି’…

କରନାଲ,୮।୭: ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ହଠାତ୍‌ କରନାଲର ସେକ୍ଟର ୨ରେ ଥିବା ଅଟଳ ପାର୍କରେ ପହଞ୍ଚିଥିଲେ। ସେ ଏକ ସରପ୍ରାଇଝ ଭିଜିଟ କରିବାକୁ...

ଫ୍ଲୋର ଟେଷ୍ଟରେ ବିଜୟୀ ହେଲେ ହେମନ୍ତ ସୋରେନ

ରାଞ୍ଚି,୮।୭: ସୋମବାର ଠାରୁ ଝାଡ଼ଖଣ୍ଡ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ଟ୍ରଷ୍ଟ ଭୋଟ ଜିତିଛନ୍ତି। ହେମନ୍ତ...

ସୁପ୍ରିମକୋର୍ଟରେ ପହଞ୍ଚିଲେ ମନୀଷ ସିସୋଡିଆ

ନୂଆଦିଲ୍ଲୀ,୮ା୭: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲ୍‌ରେ ଥିବା ଏଏପି ନେତା ମନୀଷ ସିସୋଡିଆ ପୁଣିଥରେ ସୁପ୍ରିମକୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି। ମାମଲାର ଶୁଣାଣିରେ ବିଳମ୍ବ...

ରୁଷିଆ ଗସ୍ତ ପୂର୍ବରୁ ବଡ଼ କଥା କହିଦେଲେ ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷିଆ ଏବଂ ଅଷ୍ଟ୍ରିଆ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭାରତ-ରୁଷିଆ ସମ୍ପର୍କ ଉପରେ ଆଲୋକପାତ...

ଜନ୍ମଦିନରେ ପୋଷା କୁକୁରକୁ ୨.୫ କୋଟିର ସୁନା ଚେନ୍‌ ଉପହାର

ମୁମ୍ବାଇ:କୁହାଯାଏ କୁକୁର ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ। ମୁମ୍ବାଇର ସରିତା ସଲଦାନ୍‌ହା ନାମ୍ନୀ ଜଣେ ମହିଳା ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି। ସେ ରବିବାର ନିଜର...

୨,୫୦୦ ଟଙ୍କାର ଫୋନ୍‌ ଡେଟାରେ ବହୁ କୋଟିର ଋଣ ଜାଲିଆତି

ନୂଆଦିଲ୍ଲୀ,୭ା୭:ଉତ୍ତରପ୍ରଦେଶର ନଏଡାରେ ଥିବା ଏକ ଜାଲ୍‌ କଲ୍‌ସେଣ୍ଟର ଜରିଆରେ ବହୁକୋଟି ଟଙ୍କାର ଋଣ ଜାଲିଆତି କରାଯାଇଛି, ଯେଉଁଥିରେ ଶହ ଶହ ଲୋକ ଠକାମିର ଶିକାର ହୋଇଛନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri