କଟକଣାକୁ ଫୁ, ଅବାଧରେ ଚାଲିଛି ଶିକାର

କେନ୍ଦ୍ରାପଡ଼ା, ୨୨ା୨ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲା ଜାତୀୟ ଉଦ୍ୟାନ ଭିତରକନିକାରେ ବନ ବିଭାଗ କଟକଣାକୁ ଶିକାରୀ ଫୁ କରି ଅବାଧରେ ଶିକାର କରୁଛନ୍ତି। ୩ଦିନ ତଳେ ଭିତରକନିକା ମଧ୍ୟରୁ ହରିଣ ଶିକାର ଅଭିଯୋଗରେ ଶୈଳେନ୍ଦ୍ରସରାଇ ଗଁାର ସୁରେନ୍ଦ୍ର ଦାସଙ୍କଠାରୁ ବନ ବିଭାଗ ଟିମ୍‌ ୧୨ କିଗ୍ରା ମାଂସ ଜବତ ସହ ଗିରଫ କରିଥିଲେ। ମାସକ ମଧ୍ୟରେ ରାଜନଗର ବନଖଣ୍ଡ ଅଧୀନ ଭିତରକନିକା ଅଞ୍ଚଳରୁ ଅବାଧରେ ହରିଣ, ବାର୍‌ହା ଆଦି ଶିକାର କରୁଥିବା ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି। ସେହିପରି ଦୁଇ ଦଶନ୍ଧି ମଧ୍ୟରେ ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରୁ ବନ୍ୟ ଓ ସାମୁଦ୍ରିକ ପ୍ରାଣୀ, ଦେଶୀ ବିଦେଶୀ ପ୍ରଜାତିର ପକ୍ଷୀ ଆଦି ଶିକାର କରି ବନ ବିଭାଗ ଦ୍ୱାରା ୪୦୦ରୁ ଅଧିକ ଶିକାରୀ ଧରାପଡ଼ିଛନ୍ତି। ଏମାନେ ଗିରଫ ହେଉଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଦୋଷୀ ଭାବେ ପ୍ରମାଣିତ କରିବା ଓ ତାଙ୍କୁ ଦଣ୍ଡବିଧାନ କରିବା ବନ ବିଭାଗ ପକ୍ଷରୁ ଯଥେଷ୍ଟ ଉଦ୍ୟମ ହେଉନାହିଁ। ଫଳରେ ପ୍ରତିବର୍ଷ ୧୦ରୁ ୩୦ଟି ଶିକାର ଘଟଣାରେ ଅଭିଯୁକ୍ତ ଗିରଫ ହେଉଥିଲେ ମଧ୍ୟ ଏହାର ସୁପ୍ରଭାବ ପଡୁନାହିଁ। ବନ୍ୟଜନ୍ତୁ ସଂରକ୍ଷଣ ଆଇନ ବିଭାଗୀୟ କାଗଜପତ୍ରରେ ସୀମିତ ରହିଥିବା ବେଳେ ଜାତୀୟ ଉଦ୍ୟାନର ଜୀବଜନ୍ତୁ ବିପଦରେ ଅଛନ୍ତି ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ସାମୁଦ୍ରିକ କଇଁଛ ଓ ହେନ୍ତାଳବଣ ସଂରକ୍ଷଣ ସମିତିର ସମ୍ପାଦକ ହେମନ୍ତ କୁମାର ରାଉତ, ପରିବେଶବିତ୍‌ ଲକ୍ଷ୍ମୀକାନ୍ତ ସ୍ବାଇଁ, ସୁବାସ ସ୍ବାଇଁ, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ରାଧାକାନ୍ତ ମହାନ୍ତି ପ୍ରମୁଖ କହିଛନ୍ତି, ୨୦୧୫ରେ ୨ଜଣ ବ୍ୟକ୍ତି ୪ଟି ବଗ ମାରିବା ଅଭିଯୋଗରେ କିଛିଦିନ ପାଇଁ ଜେଲ ଯାଇଥିଲେ। ତେବେ ତଥ୍ୟ ଅନୁଯାୟୀ ୫ ବର୍ଷ ମଧ୍ୟରେ ୬ଜଣ ଅଭିଯୁକ୍ତ କୁମ୍ଭୀର ଓ ହରିଣ ମାରିଥିବା ଅଭିଯୋଗରେ ବନ ବିଭାଗ ଗିରଫ କରିଥିଲେ ମଧ୍ୟ ସେମାନେ ଦୋଷମୁକ୍ତ ହୋଇଛନ୍ତି।
ଅପରପକ୍ଷରେ ଶତାଧିକ ମାମଲା କୋର୍ଟରେ ଅଛି। ଏଗୁଡ଼ିକ ତୁରନ୍ତ ବିଚାର କରି ଦଣ୍ଡ ବିଧାନ କରାଗଲେ ଶିକାରୀ ଆଇନ ପ୍ରତି ସଚେତନ ହୋଇପାରନ୍ତେ। ଭିତରକନିକାରେ ଏବେ ୨୦୦ରୁ ଅଧିକ ବନ୍ୟ ଓ ସାମୁଦ୍ରିକ ପ୍ରାଣୀଙ୍କ ଉପରେ ଏହି ଶିକାରୀଙ୍କ ନଜର ପଡ଼ିଛି। ପ୍ରତିବର୍ଷ ବାର୍‌ହା, ଠେକୁଆ, ହରିଣ ଆଦି ଶିକାର କରାଯାଉଥିବା ବେଳେ ସରୀସୃପ, କଇଁଛ, ଶାମୁକା, ନୀଳରକ୍ତ କଙ୍କଡ଼ା ଆଦିର ଚୋରା ଚାଲାଣ ବଢ଼ିଛି। ଏଠାରେ ବିଭିନ୍ନ ଉପାୟରେ ଶିକାର ଚାଲିଛି। ବାର୍‌ହା, ହରିଣ, ଠେକୁଆ ଆଦି ବନ୍ୟ ଜନ୍ତୁଙ୍କୁ ଧରିବା ପାଇଁ ଫାଶ ଓ ପୋଷା କୁକୁର ବ୍ୟବହାର ହେଉଛି। ପ୍ଲାଷ୍ଟିକ ରଶି ଅଥବା ବାଇକ୍‌ର କ୍ଲଚ ୱେୟାରକୁ ଫାଶ ଭାବେ ବ୍ୟବହାର କରାଯାଉଥିବା ବେଳେ ଶିକାରକୁ ଘଉଡ଼ାଇବା ପାଇଁ କୁକୁରଙ୍କୁ ଲଗାଯାଉଛି। ସେହିପରି ବିଭିନ୍ନ ପଶୁପକ୍ଷୀଙ୍କ ପାଇଁ ଜାଲ ଓ ଯନ୍ତାର ସାହାରା ନିଆଯାଉଛି। ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ଭିତରକନିକାରୁ କମିବା କାରଣରୁ ପ୍ରକୃତି ସନ୍ତୁଳିତ ହୋଇ ରହୁନାହିଁ। ବିଭିନ୍ନ ଜୀବଜନ୍ତୁଙ୍କ ପାଇଁ ଜଙ୍ଗଲ ଅଧିକ ଘଞ୍ଚ ହୋଇଥାଏ। ତେବେ ଏମାନଙ୍କ ସୁରକ୍ଷା ଦାୟିତ୍ୱ ବନ ବିଭାଗର କେବଳ କାଗଜପତ୍ରରେ ସୀମିତ ଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ବନ୍ୟ ପ୍ରାଣୀ ଆଇନ ବିଶାରଦ ତଥା ଆଇନଜୀବୀ ସୁଶ୍ରୀ କୁମାରୀ ନାୟକ କହିଛନ୍ତି, ଦୋଷୀଙ୍କୁ ଦଣ୍ଡ ବିଧାନ ପାଇଁ ଉପଯୁକ୍ତ ପ୍ରମାଣ ଆବଶ୍ୟକ। ମାମଲାର ଶୁଣାଣି ପାଇଁ ଅଧିକ ସମୟ ନିଆଯାଉଥିବାରୁ ଅଧିକାଂଶ ପ୍ରମାଣ ନଷ୍ଟ ହେଉଛି। ସେହିପରି ଫରେନ୍‌ସିକ ଟେଷ୍ଟ ରିପୋର୍ଟର ଅଭାବ, ସାକ୍ଷୀଙ୍କ ଅସହଯୋଗ ଶିକାରୀଙ୍କୁ ଦୋଷମୁକ୍ତ କରୁଛି। ବନ ବିଭାଗ ପକ୍ଷରୁ କେବେହେଲେ ଆଙ୍ଗୁଠି ଛାପ ନିଆଯାଉ ନ ଥିବା ବେଳେ ଆର୍ମସ ଆକ୍ଟ ଲଗାଯାଉନାହିଁ। ସେହିପରି ତଦନ୍ତ ଅଧିକାରୀଙ୍କ ବୟାନ ମାମଲାର ସୁପରିଚାଳନା ପାଇଁ ଅଧିକ ଗୁରୁତ୍ୱ ବହନ କରେ। ତେବେ ଏସବୁ ମାମଲାରେ ଡିଏଫ୍‌ଓଙ୍କୁ ସାମିଲ କରାଉଛି ବୋଲି ସେ ମତ ଦେଇଛନ୍ତି। ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ବନ୍ୟ ଜୀବଜନ୍ତୁଙ୍କ ସୁରକ୍ଷାକୁ ସର୍ବଦା ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ କର୍ତ୍ତବ୍ୟ ନିଷ୍ଠାର ସହ କର୍ମଚାରୀ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri