ଦଙ୍ଗା ବନ୍ଦ କର, ଆମେ ଶାନ୍ତି ଚାହୁଁ କହି ଅନୁରୋଧ କଲେ ନାହେଲଙ୍କ ଜେଜେମା’

ପ୍ୟାରିସ,୩ା୭: ଫ୍ରାନ୍ସରେ ପୋଲିସ ଗୁଳିରେ ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହେବା ପରେ ଆରମ୍ଭ ହୋଇଥିବା ହିଂସା ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଫ୍ରାନ୍ସ ଗଣମାଧ୍ୟମ ଅନୁଯାୟୀ, ୬ ଦିନରେ ଫ୍ରାନ୍ସରେ ୩ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରାଯାଇସାରିଲାଣି।
ପ୍ୟାରିସ ପୋଲିସ ମୁଖ୍ୟ କହିଛନ୍ତି , ଦଙ୍ଗା ଶେଷ ହୋଇଛି କହି ହେବ ନାହିଁ। ମାତ୍ର ଏହାର କ୍ଷୟକ୍ଷତି ହ୍ରାସ ପାଇଛି। ତଥାପି ଆମେ ବହୁତ ସତର୍କ ରହିଛୁ।

ମୃତ ନାହେଲଙ୍କ ଜେଜେମା’ ଦଙ୍ଗାକାରୀଙ୍କୁ ଦଙ୍ଗା ନ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଦଙ୍ଗା ବନ୍ଦ କର। ଜିନିଷ ନଷ୍ଟ କରିବା ବନ୍ଦ କର। ଝରକା ଭାଙ୍ଗନ୍ତୁ ନାହିଁ, ବିଦ୍ୟାଳୟ ଉପରେ ଆକ୍ରମଣ କରନ୍ତୁ ନାହିଁ। ଆମେ ଚାହୁଁ ଯେ, ଜିନିଷଗୁଡ଼ିକ ଠିକ୍‌ ହେଉ। ଆମେ ଶାନ୍ତି ଚାହୁଁ। ତାଙ୍କ ଆବେଦନ ପରେ ହିଂସା ହ୍ରାସ ପାଇଛି।

ସୂଚନାଯୋଗ୍ୟ, ଜୁନ୍‌ ୨୭ରେ, ଫ୍ରାନ୍ସର ରାଜଧାନୀ ପ୍ୟାରିସର ଉପାନ୍ତ ଅଞ୍ଚଳ ନାଣ୍ଟେରରେ ଦୁଇଜଣ ପୋଲିସ କର୍ମଚାରୀ ଏକ କାର୍‌କୁ ଅଟକାଇଥିଲେ। ଯୁକ୍ତିତର୍କ ବେଳେ ଗାଡ଼ି ଚଳାଉଥିବା ୧୭ ବର୍ଷୀୟ ନାହେଲଙ୍କ ମୁଣ୍ଡକୁ ପୋଲିସ ଗୁଳି ଚଳାଇଥିଲା। ଫଳରେ ନାହେଲଙ୍କର ମୃତ୍ୟୁ ହୋଇଥିଲା। ଏହା ପରଠାରୁ ଦେଶରେ ହିଂସା ଜାରିରହିଛି।

Share