‘ଯୁଦ୍ଧ ବନ୍ଦ କରନ୍ତୁ, ଗାଜାରେ ବଡ଼ ସଂଖ୍ୟାରେ ଶିଶୁ ମରି ପଡ଼ିଛନ୍ତି’, WHO ସମତେ ଅନ୍ୟ ଆନ୍ତରାଷ୍ଟ୍ରୀୟ ସଂଗଠନ କଲେ ଅପିଲ୍

ଭୁବନେଶ୍ୱର, ୨୨।୧୦: ମିଳିତ ଜାତିସଂଘ ଏବଂ ଇଜିପ୍ଟର ରେଡ କ୍ରିସେଣ୍ଟରୁ ୨୦ ଟ୍ରକ ଖାଦ୍ୟ ଏବଂ ଔଷଧ ନେଇ ଶନିବାର ରା଼ଫା ଫ୍ରାଂସିସ୍ ବାଟ ଦେଇ ଗାଜାରେ ପହଞ୍ଚିଛି। ଏହି ସାମଗ୍ରୀ ସବୁ ଯୁଦ୍ଧ ପ୍ରଭାବିତ ଲୋକମାନଙ୍କର ତତ୍କାଳ ଆବଶ୍ୟକତା ପୁରଣ କରିବ, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ରହିଛନ୍ତି।

ଯୁଏନଡିପି, ଯୁଏନଏଫପିଆଇ, ୟୁନିସେଫ, ଡବ୍ଲ୍ୟୁଏଫପି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଏକ ମିଳିତ ବୟାନରେ କହିଛନ୍ତି ଯେ, ଏହା କେବଳ ଏକ ଛୋଟିଆ ଆରମ୍ଭ, ବର୍ତ୍ତମାନ ଆହୁରି ସହାୟତାର ଆବଶ୍ୟକ ରହିଛି। ଶିଶୁ, ଗର୍ଭବତୀ ମହିଳ ଏବଂ ବୟସ୍କ ଲୋକମାନେ ଅଧିକ ଅସୁରକ୍ଷିତ ଅଟନ୍ତି। ଗାଜାର ଅଧିକାଂଶ ବାସିନ୍ଦା ଶିଶୁ ଅଟନ୍ତି।

ଗାଜାରେ ସପ୍ତାହ ଧରି ଚାଲିଥିବା ବୋମା ମାଡ଼ରେ ସୁରକ୍ଷା ଗୃହ, ସ୍ୱାସ୍ଥ୍ୟ ସୁବିଧା ସହିତ ସମସ୍ତ ସାଧାରଣ ସୁବିଧା ଧ୍ୱଂସ ହୋଇଯାଇଛି। ବିଭିନ୍ନ ବେମାରୀ ପ୍ରକୋପ ଏବଂ ଅଭାବୀ ସ୍ୱାସ୍ଥ୍ୟବସ୍ଥା କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଡାକ୍ତରଖାନାରେ ଆହତ ଏବଂ ମୃତକଙ୍କ ଭିଡ଼ ଲାଗିଛି। ଲୋକମାନେ ସାମାନ୍ୟ ଖାଦ୍ୟ ପାଇବା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଜଳ, ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ଇନ୍ଧନର ନିରାପଦ ଏବଂ ନିରନ୍ତର ଯୋଗାଣ ପାଇଁ ଆମେ ଆହ୍ବାନ କରୁଛୁ ବୋଲି ସଂଗଠନଗୁଡିକ କହିଛନ୍ତି। ଅତ୍ୟାବଶ୍ୟକ ସେବା ପାଇଁ ଏହା ଆବଶ୍ୟକ। ତେଣୁ ଗାଜାରେ ମାନବିକ ଶ୍ରମିକଙ୍କ ସୁରକ୍ଷା ପାଇଁ, ଯେଉଁମାନେ ଅନ୍ୟମାନଙ୍କ ସେବାରେ ନିଜ ଜୀବନକୁ ବିପଦରେ ପକାଉଛନ୍ତି ସେମାନଙ୍କ ପାଇଁ ଆନ୍ତର୍ଜାତୀୟ ମାନବିକତା ଆଇନ ପ୍ରତି ସର୍ବାଧିକ ସମ୍ମାନ ଦେଇ ଏହି ଯୁଦ୍ଧକୁ ବନ୍ଦ କରିଦିଅନ୍ତୁ ବୋଲି ସଂଗଠନ ଗୁଡିକ ଦାବି କରିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ୍‌, ଆକ୍ରମଣରେ କ୍ଷେପଣାସ୍ତ୍ର ଇନ୍ଧନ କାରଖାନା ଧ୍ୱଂସ

ତେହରାନ,୨୭।୧୦: ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଏସବୁ ମଧ୍ୟରେ...

ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।...

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri