ପ୍ରକୃତି ବିରୁଦ୍ଧରେ ଯୁଦ୍ଧ ବନ୍ଦ କର: ବଡ଼ ବିପଦ ନେଇ ଚେତାବନୀ ଦେଲେ ଜାତିସଂଘ ମୁଖ୍ୟ..

ଡାଭୋସ,୧୯।୧ : ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକରେ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ବିଶ୍ୱ ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଏହି ସମୟରେ ସେ ଏହି ପରିସ୍ଥିତିର ମୁକାବିଲା କରିବାର ଉପାୟ ବିଷୟରେ ମଧ୍ୟ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ବିଶ୍ୱ ଅନେକ ଦିଗରେ ବଡ଼ ସଙ୍କଟ ଦେଇ ଗତି କରୁଛି। ଏହା ଉପରେ ବହୁତ କିଛି ହୋଇସାରିଛି । ଏହା ବ୍ୟତୀତ ସମସ୍ତଙ୍କୁ ଏହି ବଡ ବିପଦର କ୍ଷତି ନିୟନ୍ତ୍ରଣ କରିବା ଏବଂ ସୁଯୋଗର ଲାଭ ଉଠାଇବା ପାଇଁ ଏକତ୍ର କାର୍ଯ୍ୟ କରିବାକୁ ପଡିବ।

ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମରେ ଜୀବାଶ୍ମ ଇନ୍ଧନ ଉପରେ ବୃଦ୍ଧି ପାଉଥିବା ନିର୍ଭରଶୀଳତା ହ୍ରାସ କରିବା ଏବଂ ପ୍ରକୃତି ବିରୁଦ୍ଧରେ ଯୁଦ୍ଧ ବନ୍ଦ କରିବାକୁ ମଧ୍ୟ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ବିଶ୍ୱ ସମ୍ମୁଖୀନ ହେଉଥିବା ବଡ ସଙ୍କଟର ମୁକାବିଲା ପାଇଁ କୌଣସି ଉପଯୁକ୍ତ ସମାଧାନ ନାହିଁ। କିନ୍ତୁ ଆମେ କ୍ଷୟକ୍ଷତି ନିୟନ୍ତ୍ରଣ କରିବା ଏବଂ ସୁଯୋଗକୁ ହାତେଇବା ପାଇଁ କାର୍ଯ୍ୟ କରିପାରିବା।

ସେ କହିଛନ୍ତି ଯେ ବର୍ତ୍ତମାନ ଆମର ଖଣ୍ଡବିଖଣ୍ଡିତ ଦୁନିଆରେ ସହଯୋଗର ଉପାୟ ସୃଷ୍ଟି କରିବା ଆବଶ୍ୟକ। ଆମ ଆଗରେ ଜଳବାୟୁ ପରିବର୍ତ୍ତନ, କ୍ଷୁଧା, ଦ୍ୱନ୍ଦ୍ୱ, ଆର୍ଥିକ ସଙ୍କଟ, ମାନବିକ ଅଧିକାରର ଉଲ୍ଲଂଘନ, ବିଶ୍ୱ ବିଭାଜନ ଭଳି ଅନେକ ସମସ୍ୟା ରହିଛି। ଦୁନିଆର ଅନେକ ଅଂଶ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଏହା ସତ୍ତ୍ୱେ କେହି ସେଥି ପ୍ରତି ଧ୍ୟାନ ଦେଉନାହାଁନ୍ତି ବୋଲି ସେ କହିଛନ୍ତି।

Share