ଅଡ୍‌ ଇଭିନ୍‌ରେ ଖୋଲିବ ଦୋକାନ, ୫୦ ପ୍ରତିଶତରେ ଚାଲିବ ମେଟ୍ରୋ…

ନୂଆଦିଲ୍ଲୀ,୫।୬: ରାଜଧାନୀ ଦିଲ୍ଲୀରେ ଲକ୍‌ଡାଉନ୍‌ ପରେ ଏବେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଶନିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘୋଷଣା କରିଛନ୍ତି। ତେବେ ସୁରକ୍ଷା ବ୍ୟବସ୍ଥାକୁ ଗ୍ରହଣ କରି ରାଜଧାନୀର ସମସ୍ତ ଦୋକାନକୁ ଇଡ୍‌ ଇଭିନ୍‌ରେ ଖୋଲାଯିବ। ସେହିପରି ମେଟ୍ରୋ ଟ୍ରେନ୍‌ ୫୦ ପ୍ରତଶତ କ୍ଷମତାରେ ଚଳାଚଳ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମଲ୍‌ ,ଶପିଂ ସେଣ୍ଟର ସମେତ ଅତ୍ୟ ଦୋକାନ ଅଡ୍‌ ଇଭିନ୍‌ ନିୟମକୁ ପାଳନ କରିବେ। ତେବେ ଔଷଧ ଦୋକାନ ପୂର୍ବ ପରି ସ୍ବାଭାବିକ ଭାବେ ଖୋଲା ରହିବ। ଅଫିସ୍‌ଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

Share