Advertisement

କୋରାପୁଟରେ ଝଡ଼ ଉଜାଡ଼ିଲା ପରିବା ଚାଷ

କୋରାପୁଟ,୨୦ା୩(ସ୍ବ.ପ୍ର.): ତିନିଦିନ ଧରି ସମଗ୍ର ରାଜ୍ୟରେ ଅଦିନିଆ ପଶ୍ଚିମା ଝଡ଼ ବର୍ଷା ଜାରି ରହିଛି। କୋରାପୁଟ ଜିଲାରେ ମଧ୍ୟ ୩ ଦିନଧରି ଲାଗି ରହିଛି ଏହି ଅଦିନିଆ ଝଡବର୍ଷା । ଏହାକୁ ନେଇ ଜିଲାରେ ପନିପରିବା ଚାଷ କରୁଥିବା ଚାଷୀ ଚିନ୍ତାରେ ପଡିଛନ୍ତି। ବର୍ଷା ଯୋଗୁ ଚାଷୀଙ୍କ ପରିବା ନଷ୍ଟ ହେଇଛି। ଜମିରେ ପାଣି ଜମି ରହିବା ଯୋଗୁ ଧନିଆପତ୍ର, ଟମାଟୋ, ବାଇଗଣ, ବନ୍ଧା କୋବି, ଫୁଲକୋବି ଭଳି ପନିପରିବା ପଚି ଯିବାକୁ ବସିଲାଣି ବୋଲି ଚାଷୀ ଜୟନ୍ତୀ ମାଳୀ ଓ ଜଳନ୍ଧର ମାଳୀ କହିଛନ୍ତି। ପବନ ଯୋଗୁ ବିଭିନ୍ନ ସ୍ଥାନରେ ଅନେକ କଦଳୀ ଗଛ ଭାଙ୍ଗିପଡିଛି। ଜିଲାର ଲେନ୍ଦିରି ମାଳିଗୁଡା ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଅଳ୍ପ ଅଳ୍ପ ବର୍ଷା ଲାଗିରହିଛି। ଏହାକୁ ନେଇ ପରିବା ଚାଷୀ ଚିନ୍ତାରେ ରହିଛନ୍ତି। ବର୍ଷା ପବନ ଯୋଗୁ ପଟ୍ଟାଙ୍ଗି ବ୍ଲକର ଚନ୍ଦକା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଘରର ଛପର ଉଡିଯାଇ କ୍ଷତିଗ୍ରସ୍ତ ହୋଇଛି। ବ୍ଲକ ପ୍ରଶାସନ ଗ୍ରାମରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ୧୦ କିଲୋ ଚାଉଳ ଓ ପଲିଥିନ ଯୋଗାଇଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share