କାଲିଫର୍ନିଆ ଝଡ଼ରେ ଉଡ଼ିଗଲା ଘରର ଛାତ: ବିନା ବିଜୁଳିରେ ଜୀବନ ବିତାଉଛନ୍ତି ୯୦ହଜାର

ଲସ୍‌ଏଞ୍ଜେଲ୍ସ, ୨୩। ୩: ଆମେରିକା କାଲିଫର୍ନିଆର ଦକ୍ଷିଣାଞ୍ଚଳରେ ବୁଧବାର ଭୀଷଣ ଝଡ଼ ପ୍ରଭାବରେ ଅନେକ ଘରର ଛାତ ଉଡ଼ିଯାଇଛି। ଲସ୍‌ଏଞ୍ଜେଲ୍ସ ନିକଟରେ ଅବସ୍ଥିତ ମୋଣ୍ଟୋବେଲ୍ଲା ସହରରେ ଝଡ଼ର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ଲଗାତର ୨ ଦିନ ସ୍ଥାନୀୟ ଅଞ୍ଚଳରେ ଝଡ଼ ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ପାର୍କିଂରେ ଛିଡ଼ା ହୋଇଥିବା କାର୍‌ଗୁଡ଼ିକ ଭୀଷଣ ପବନରେ କିଛିଦୂର ପର୍ଯ୍ୟନ୍ତ ଗଳିଯାଇଥବା ଦେଖିବାକୁ ମିଳିଥିଲା। ଝଡ଼ ଯୋଗୁ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ନର୍ଦ୍ଦର୍ନ କାଲିଫର୍ନିଆରେ ବନ୍ୟା ସୃଷ୍ଟି ହେବା ଯୋଗୁ ୯୦,୦୦୦ ଲୋକ ବିନା ବିଜୁଳିରେ ରହୁଛନ୍ତି। ସାନ୍‌ ଫ୍ରାନ୍ସିସ୍କୋ ତଟବର୍ତ୍ତୀ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

Share