କୋକସରା,୨୯।୫(ଡି.ଏନ.ଏ.) ହଠାତ୍ କାଳବୈଶାଖୀ ପ୍ରଭାବରେ କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଅଞ୍ଚଳରେ ରବିବାର ଝଡବର୍ଷା ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି।
ଜୋରରେ ପବନ ବହିବା ଯୋଗୁ ପଞ୍ଚାୟତର ଖଳିଗଡ଼-ପରଜାପଡାକୁ ସଂଯୋଗ କରୁଥିବା ରାସ୍ତା କଡରେ ଥିବା ଗଛଗୁଡିକ ଉପୁଡ଼ିବା ପଡିବା ସହ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡିଛି। ଏପରି କି ପନିପରିବା ଫସଲ ଉଜୁଡି ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହା ସହ ଅଞ୍ଚଳର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ସବୁ ଭାଙ୍ଗି ପଡିଛି। ଫଳରେ ଅଞ୍ଚଳରେ ବିଦ୍ୟୁତ୍ ସେବା ପ୍ରଭାବିତ ହୋଇଛି। ଫଳରେ ତୁରନ୍ତ ମରାମତି କରି ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।