ରାଜ୍ୟରେ ଝଡ଼ବର୍ଷା: ବଜ୍ରାଘାତରେ ୨ ଜୀବନଗଲା, ୨ ଗୁରୁତର

ଭୁବନେଶ୍ୱର,୧୧।୫(ବ୍ୟୁରୋ) ରାଜ୍ୟର ଅନେକ ସ୍ଥାନରେ ମଙ୍ଗଳବାର ବର୍ଷା ସହିତ ପବନ ହୋଇଛି। ଏହା ସହ ବିଜୁଳି ଓ ଘଡ଼ିଘଡ଼ି ମାରିବାରୁ ଏଥିରେ ୨ଟି ଭିନ୍ନ ଭିନ୍ନ ସ୍ଥାନରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ବଲାଙ୍ଗୀର ଜିଲା ସଦର ଥାନା ବରକାନୀ ଗାଁରେ ଦୁଇ ଜଣ ମହିଳା ଗାଧୋଇବାକୁ ପୋଖରୀକୁ ଯାଇଥିଲେ। ଏହି ସମୟରେ ଝଡ଼ବର୍ଷା ସହିତ ଘଡ଼ଘଡ଼ି ମାରିଥିଲା। ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ମହିଳା ହେଲେ ପାଣିବୁଡ଼ି ମେଶ୍ୱା(୬୫ )। ଗୁରୁତର ହେଲେ ଭୂମିସୁତା ମେଶ୍ୱା। ଭୂମିସୁତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଏହା ସହ ଜିଲାର ଡଙ୍ଗିଆବାହାଲ ଗାଁରେ ବଜ୍ରାଘାତରେ କେନ୍ଦୁପତ୍ର ଫଡ଼ିଘର ପୂରା ଜଳି ଯାଇଛି। ସେଥିରେ ଥିବା ସବୁ କେନ୍ଦୁ ପତ୍ର ପୋଡ଼ି ଯାଇଛି।
ଅନ୍ୟପକ୍ଷରେ ଅନୁଗୋଳ ଜଲା ଆଠମଲ୍ଲିକରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି।

Share