ବାତ୍ୟା ମିଲ୍‌ଟନ: ୬ ମୃତ, ଅନ୍ଧାରରେ ୩୩ ଲକ୍ଷରୁ ଅଧିକ ଲୋକ

ଓ୍ବାଶିଂଟନ, ୧୦।୧୦: ବାତ୍ୟା ମିଲ୍‌ଟନ ବୁଧବାର ଆମେରିକାର ଫ୍ଲୋରିଡା ରାଜ୍ୟର ପଶ୍ଚିମ ଉପକୂଳବର୍ତ୍ତୀ ସହର ସିଏଷ୍ଟା କି’ରେ ଲ୍ୟାଣ୍ଡଫଲ୍‌ କରିଛି। ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ତୀବ୍ରତା ୧୫୫ ମାଇଲ ପ୍ରତି ଘଣ୍ଟା ଥିବା ନେଇ ଆମେରିକାର ଜାତୀୟ ପାଣିପାଗ ସୂଚନା ଦେଇଛି। ଟାମ୍ପା, ସର୍‌ସୋଟା, ଫୋର୍ଟ ମାୟର୍ସ ଆଦି ଫ୍ଲୋରିଡାର ବହୁ ଜନବହୁଳ ଅଞ୍ଚଳ ଏହି ବାତ୍ୟାରେ ସର୍ବାଧିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ନେଇ ଆମେରିକାର ଜାତୀୟ ବାତ୍ୟା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବାତ୍ୟାର ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ଫ୍ଲୋରିଡାର ହୋଇଥିବା ରାଜ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରାୟ ୧.୧ କୋଟି ଲୋକ ବନ୍ୟା ବିପଦ ମଧ୍ୟରେ ରହିଛନ୍ତି। ବାତ୍ୟାରେ ବହୁ ବିଜୁଳି ଖୁଣ୍ଟି ଉପୁଡ଼ି ପଡ଼ିଥିବାରୁ ଫ୍ଲୋରିଡାର ୩୩ ଲକ୍ଷରୁ ଅଧିକ ଲୋକ ବିଜୁଳି ସେବାରୁ ବଞ୍ଚିତ ହୋଇଛନ୍ତି।

ବାତ୍ୟା ମିଲ୍‌ଟନ ନେଇ ଗୁରୁବାର ରାଷ୍ଟ୍ରପତି ଜୋ ବାଇଡେନ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହ ପ୍ରଭାବିତ ଅଞ୍ଚଳରେ ହଜାରରୁ ଅଧିକ କୋଷ୍ଟ ଗାର୍ଡଙ୍କ ସମେତ ଅନେକ ହଜାର ସଂଖ୍ୟାରେ ରେସ୍କ୍ୟୁ ଟିମ୍‌କୁ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜନ କରିଛନ୍ତି। ବାତ୍ୟା ମିଲ୍‌ଟନ ପ୍ରଭାବରେ ଫ୍ଲୋରିଡା, ନର୍ଥ କାରୋଲିନା, ଟେନେସି ରାଜ୍ୟର କେତେକ ସ୍ଥାନରେ ଇଣ୍ଟରନେଟ ସେବା ବ୍ୟାହତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜାକୁ ନେଇ ୟୁ ଟର୍ନ ନେଲା ବାଂଲାଦେଶ, କହିଲା ଏହା କେବଳ ହିନ୍ଦୁ ନୁହେଁ ସମସ୍ତଙ୍କର ଉତ୍ସବ…

ଢାକା,୧୦।୧୦: ବାଂଲାଦେଶରେ ଶେଖ ହାସିନା କ୍ଷମତାରୁ ବିଦାୟ ନେବା ପରେ ସେଠାରେ ଥିବା ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଇଛି ଏବଂ ସେମାନଙ୍କ ବିରୋଧରେ କ୍ରମାଗତ...

ସାହିତି୍ୟକା ହାନ୍‌ କାଙ୍ଗ୍‌ ପାଇବେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର

ସିଓଲ,୧୦ା୧୦: ଦକ୍ଷିଣ କୋରିଆ ଲେଖକ ହାନ୍‌ କାଙ୍ଗ୍‌ଙ୍କୁ ୨୦୨୪ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ସ୍ବିଡେନ ଏକାଡେମୀ ଦ୍ୱାରା ପ୍ରଦାନ କରାଯାଇଛି...

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସାରେ ଶତମୁଖ ଡୋନାଲ୍ଡ ଟ୍ରମ୍ପ: କହିଲେ-‘ମୋର ବନ୍ଧୁ, ସୁନ୍ଦର ମଣିଷ’

ନୂଆଦିଲ୍ଲୀ,୯ା୧୦: ଯୁକ୍ତରାଷ୍ଟ୍ରର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ତାଙ୍କର...

ରସାୟନ ବିଜ୍ଞାନରେ ଡେଭିଡ ବେକର, ଡେମିସ ହାସାବିସ୍ ଏବଂ ଜନ୍ ଜମ୍ପର୍ଙ୍କୁ ମିଳିବ ନୋବେଲ୍

ନୂଆଦିଲ୍ଲୀ,୯ା୧୦: ଆମେରିକାର ବୈଜ୍ଞାନିକ ଡେଭିଡ ବେକର ଏବଂ ଜନ୍ ଜମ୍ପର ଏବଂ ବ୍ରିଟେନର ଡେମିସ୍ ହାସାବିସଙ୍କୁ ରସାୟନ ବିଜ୍ଞାନରେ ୨୦୨୪ ନୋବେଲ ପୁରସ୍କାର ମିଳିବ। ପ୍ରୋଟିନର...

ଶ୍ରୀଲଙ୍କାରେ ଚାଇନାର ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ,୯ା୧୦: ଚାଇନାର ଏକ ସାମରିକ ପ୍ରଶିକ୍ଷଣ ଜାହାଜ ଶ୍ରୀଲଙ୍କାର କଲମ୍ବୋ ବନ୍ଦରରେ ପହଞ୍ଚିଛି। ଏଥିପାଇଁ ଶ୍ରୀଲଙ୍କାର ନୂଆ ସରକାର ଦେଇଥିବା ଅନୁମତିକୁ ଏହାର ବହିର୍ବ୍ୟାପାର ମନ୍ତ୍ରୀ...

ପଦାର୍ଥ ବିଜ୍ଞାନରେ ନୋବେଲ ଜିତିଲେ ଜନ୍ ହୋପଫିଲଡ ଓ ଜିଓଫ୍ରେ ହିଣ୍ଟନ

ନୂଆଦିଲ୍ଲୀ,୮।୧୦: ଆମେରିକୀୟ ବୈଜ୍ଞାନିକ ଜନ୍ ହୋପଫିଲ୍ଡ ଏବଂ ବ୍ରିଟେନ-କାନାଡିୟ ବୈଜ୍ଞାନିକ ଜିଓଫ୍ରେ ହିଣ୍ଟନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିଛି। ଏହି ଦୁଇ ବୈଜ୍ଞାନିକ ମେଶିନ୍...

ପାକିସ୍ତାନ ଯାଇ ଭାରତକୁ କାହିଁକି ପ୍ରଶଂସା କଲେ ଜାକିର ନାୟକ

ଇସଲାମାବାଦ,୮।୧୦: ଭାରତ ବିରୋଧରେ ବିଷ ଓଗାଳୁ ଥିବା ଜାକିର ନାୟକ ବର୍ତ୍ତମାନ ପାକିସ୍ତାନ ଗସ୍ତରେ ଅଛନ୍ତି। ସେ ୨୮ଅକ୍ଟୋବର ପର୍ଯ୍ୟନ୍ତ ପାକିସ୍ତାନରେ ରହିବାକୁ ଯାଉଛନ୍ତି। ତେବେ...

୩ ଦଶନ୍ଧିରେ ନଦୀଗୁଡ଼ିକ ପାଇଁ ୨୦୨୩ ସବୁଠୁ ଶୁଷ୍କ ବର୍ଷ

ଜେନେଭା, ୮।୧୦: ନିକଟରେ ବିଶ୍ୱବ୍ୟାପୀ ଦେଖାଦେଇଥିବା ଜଳ ସଙ୍କଟର ଏକ ଚିନ୍ତାଜନକ ବିଷୟକୁ ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ସୋମବାର ଜାରି ହୋଇଥିବା ‘ଷ୍ଟେଟ ଅଫ୍‌ ଗ୍ଲୋବାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri