ବାତ୍ୟା ମୁକାବିଲା: ଏହି ୫ ବରିଷ୍ଠ ଆଇଏଏସ୍‌ଙ୍କୁ ଏସବୁ ଜିଲା ଦାୟିତ୍ୱ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ବାତ୍ୟା ୟାସ୍‌କୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବିଶେଷ କରି କେନ୍ଦ୍ରାପଡ଼ା ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ବାତ୍ୟାର ପ୍ରଭାବ ଅଧିକ ରହିବ। ତେଣୁ ଏହି ୫ ଜିଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ବାତ୍ୟା ପରବର୍ତ୍ତୀ ରିଲିଫ୍‌ କାର୍ଯ୍ୟ ତଦାରଖ ପାଇଁ ରାଜ୍ୟ ସରକାର ୫ ଜଣ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲା ଦାୟିତ୍ୱ ହେମନ୍ତ ଶର୍ମାଙ୍କୁ ଦିଆଯାଇଥିବା ବେଳେ ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର ଜିଲା ଦାୟିତ୍ୱ ଦିଆଯାଇଛି। ଭିଭି ଯାଦବ ଓ ବିଶାଳ ଦେବ ଯଥାକ୍ରମେ ଭଦ୍ରକ ଓ ବାଲେଶ୍ୱର ଦାୟିତ୍ୱ ନେବେ। ସେହିପରି ମୟୂରଭଞ୍ଜ ଜିଲା ଦାୟିତ୍ୱ ସୁରେଶ ବଶିଷ୍ଟଙ୍କୁ ଦିଆଯାଇଛି। ଅନ୍ୟପକ୍ଷରେ ଆଜି ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ।
ସୂଚନା ଅନୁଯାୟୀ, କରୋନା ସମୟରେ ବାତ୍ୟା ମୁକାବିଲା କେମିତି କରାଯିବ ସେ ନେଇ ମୁଖ୍ୟମନ୍ତ୍ରୀ କିଛି କହିପାରନ୍ତି।

Share