ଅମିତାଭଙ୍କ ଝିଅ ଶ୍ୱେତାଙ୍କୁ ପ୍ରତିବର୍ଷ ଚିଠି ଲେଖନ୍ତି ଆମିର ଖାନ୍‌

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଝିଅ ଶ୍ୱେତା ଏକ ଫିଲ୍ମ ପରିବାରରୁ ଆସିଛନ୍ତି। କିନ୍ତୁ ସେ ସଲମାନ୍‌ ଖାନ୍‌ ଏବଂ ଆମୀର ଖାନ୍‌ଙ୍କର ଜଣେ ବଡ଼ ପ୍ରଶଂସକ। ଏକଦା ସେ ଭାଇ ଅଭିଷେକ ବଚ୍ଚନଙ୍କ ସହ ’କଫି ଓ୍ବିଥ୍‌ କରଣ ଶୋ’ରେ ପହଞ୍ଚି ଏହା କହିଥିଲେ।
ସେ କହିଥିଲେ ଯେ, ୧୯୮୯ରେ ଯେତେବେଳେ ଫିଲ୍ମ ‘ମୈନ ପ୍ୟାର୍‌ କିୟା’ ରିଲିଜ୍‌ ହୋଇଥିଲା ସେତେବେଳେ ଶ୍ୱେତା ଦଶମ ଶ୍ରେଣୀରେ ଏକ ବୋର୍ଡିଂ ସ୍କୁଲରେ ପଢ଼ୁଥିଲେ। ଶ୍ୱେତା ଏହି ଫିଲ୍ମକୁ ଭିସିଆରରେ ଦେଖିଥିଲେ। ଏହା ପରେ ଫିଲ୍ମରେ ସଲମାନ ପିନ୍ଧିଥିବା ଟୋପି (ଫ୍ରେଣ୍ଡ ଲେଖାଥିବା) ଭାଇ ଅଭିଷେକଙ୍କ ହାତରେ ମଗାଇଥିଲେ।
ଶ୍ୱେତା ସଲମାନ୍‌ଙ୍କର ଯେତେକି ପ୍ରଶଂସଙ୍କ ଥିଲେ ଆମିରଙ୍କର ମଧ୍ୟ ଠିକ୍‌ ସେତିକି। ଏକଥା ଆମିର ଯେବେ ଜାଣିବାକୁ ପାଇଥିଲେ ବହୁତ ଖୁସି ହୋଇଯାଇଥିଲେ।
କେବଳ ଏତିକି ନୁହେଁ, ଆମିର ପ୍ରତିବର୍ଷ ଶ୍ୱେତାଙ୍କୁ ତାଙ୍କ ଜନ୍ମଦିନରେ ଚିଠି ମଧ୍ୟ ଲେଖିଥାନ୍ତି।
ଶ୍ୱେତା କୁହନ୍ତି, ଏହାର କାରଣ ଆମୀର ଏବଂ ଶ୍ୱେତାଙ୍କ ଜନ୍ମଦିନ। ଆମିରଙ୍କ ଜନ୍ମଦିନ ୧୪ ମାର୍ଚ୍ଚରେ ଥିବାବେଳେ ଶ୍ୱେତାଙ୍କ ଜନ୍ମଦିନ ୧୭ ମାର୍ଚ୍ଚରେ।

Share