ପିଲାଟିର ବୟସ ବେଶି ହେବ ନାହିଁ। ସେଇ ବାର କି ତେର ହେବ। ଦେଖିବାକୁ ଶ୍ୟାମଳ ରଙ୍ଗ। ମୋଟା ନୁହେଁ କି ପତଳା ନୁହେଁ ମଧ୍ୟମ ଚେହେରା। ମନ୍ଦିର ଚଟାଣରେ ଫୁଲ ଗୁନ୍ଥେ। ତା ସହିତ ଭଲ ସମ୍ପର୍କ ନ ହେଲେ ବି ଏଇ କିଣା ବିକା ଭିତରେ ଟିକେ ସମ୍ପର୍କ ହେଇ ଯାଇଛି। ସେଇ ଭିତରେ ଯାହା ଟିକେ ଜଣିଛି ତା ବିଷୟରେ। ଘରର ଅଭାବ ଯୋଗୁ ପାଠ ପଢି ପାରିଲା ନାହିଁ। ଲୋକଙ୍କ କହିବା କଥା ତା ବାପାର ବ୍ଲଡ଼ କ୍ୟାନ୍ସର ହୋଇଥିଲା। ସେତେବେଳେ ତା ବାପାକୁ ଭଲ କରିବା ପାଇଁ ତା ବୋଉ କାଳେ କିଛି ଲୋକଙ୍କ ଠାରୁ ହାତ ଉଧାରି ଆଣିଥିଲା….