Advertisement

ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ବଡ଼ ଝଟ୍‌କା

ଲକ୍ଷ୍ନୌ,୩ା୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ବଡ଼ ଝଟ୍‌କା ଲାଗିଛି। ଦଳର ଦ୍ରୁତ ବୋଲର ଶିଭମ ମାଭି ଆହତ କାରଣରୁ ସମ୍ପୂର୍ଣ୍ଣ ଆଇପିଏଲରୁ ବାଦ୍‌ ପଡିଛନ୍ତି। ତାଙ୍କର ପଞ୍ଜରା ହାଡରେ ଆଘାତ ଲାଗିଛି। ତେବେ ଶେଷ ଥର ପାଇଁ ଅଗଷ୍ଟ ୨୦୨୩ରେ ସେ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଖେଳିଥିଲେ । ଉତ୍ତରପ୍ରଦେଶ ପକ୍ଷରୁ ଖେଳୁଥିବା ମାଭି ଚଳିତ ରଣଜୀ ସିଜନରେ ଗୋଟିଏ ବି ମ୍ୟାଚ୍‌ ଖେଳିପାରି ନ ଥିଲେ। ମିନି ଅକ୍ସନରେ ତାଙ୍କୁ ଲକ୍ଷ୍ନୌ କିଣିଥିଲା। ତେବେ ମାଭି ଫିଟ୍‌ ନ ହେବା କାରଣରୁ ଚଳିତ ସିଜନରୁ ଓହରି ଯାଇଛନ୍ତି। ଭାରତ ପାଇଁ ୬ଟି ଟି୨୦ ମ୍ୟାଚ୍‌ ଖେଳିଥିବା ମାଭିଙ୍କୁ ୬.୪ କୋଟି ଟଙ୍କାରେ ଲକ୍ଷ୍ନୌ କିଣିଥିଲା ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share