ସ୍ପେନିଶ ଶିଖୁଛନ୍ତି ତୈମୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ପୁଅ ତୈମୁର ଏବେ ସ୍ପେନିଶ ଭାଷା ଶିଖୁଛନ୍ତି। ବର୍ତ୍ତମାନ ସେ ମାତ୍ର ୩ ବର୍ଷର। ତେବେ ଲକ୍‌ଡାଉନ୍‌ରେ ନିଜକୁ ବ୍ୟସ୍ତ ରଖିବା ପାଇଁ ଏହା ଏକ ଭଲ ଉପାୟ। ଅନ୍‌ଲାଇନ୍‌ କ୍ଲାସ୍‌ ମାଧ୍ୟମରେ ତୈମୁର ଏହି ଭାଷା ଶୁଖୁଛନ୍ତି। ନିକଟରେ ତାଙ୍କର ଏହି ଅନ୍‌ଲାଇନ୍‌ ଶିକ୍ଷୟିତ୍ରୀ ଆଶନିଲ ଏସ୍‌ ଜଲି ଗୁରୁଗ୍ରାମ ପଟୌଦୀ ପ୍ୟାଲେସ୍‌ ବୁଲିବାକୁ ଯାଇଥିଲେ। ତୈମୁରଙ୍କ ସହ ତାଙ୍କର କିଛି ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ମୁଁ ମୋର ସ୍ପେନିଶ ଛାତ୍ରକୁ ଅଫ୍‌ସ୍କ୍ରିନ୍‌ରେ ଭେଟିଥିଲି। ଏଥିସହ ସହ ସେ ଏକ ହାର୍ଟ ଇମୋଜି ମଧ୍ୟ ଶେୟାର କରିଛନ୍ତି। ଗୋଟିଏ ଫଟୋରେ ତୈମୁର ଶିକ୍ଷୟିତ୍ରୀଙ୍କ ସହ ଫଟୋ ପାଇଁ ପୋଜ୍‌ ଦେଉଥିବା ବେଳେ ଆଉ ଏକ ଫଟୋରେ ସେ ତାଙ୍କ କେଶରେ ଏକ ହଳଦିଆ ରଙ୍ଗର ଫୁଲ ଲଗାଉଛନ୍ତି।


ବର୍ତ୍ତମାନ କରୀନା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ପୁଅ ତୈମୁରଙ୍କ ସହ ପଟୌଦୀ ପ୍ୟାଲେସରେ ରହୁଛନ୍ତି।

Share