ବିନା ଫ୍ରିଜ୍‌ରେ ଧନିଆ ପତ୍ରକୁ ରଖିପାରିବେ ୧୫ ଦିନ ସତେଜ: ଜାଣନ୍ତୁ କିପରି…

ଧନିଆ ପତ୍ର ଯେକୌଣସି ଖାଦ୍ୟରେ ସ୍ବାଦ ବଢ଼ାଇଥାଏ। ବିଶେଷକରି ତରକାରିରେ ଧନିଆ ପତ୍ର ପଡ଼ିଲେ ତାହାର ସ୍ବାଦ ଦ୍ୱିଗୁଣିତ ହୋଇଯାଏ। କିନ୍ତୁ ଏହାକୁ ମାତ୍ର ୨, ୩ ଦିନ ପର୍ଯ୍ୟନ୍ତ ସତେଜ ରଖିହୁଏ, ତାହା ପୁଣି ଫ୍ରିଜ୍‌ ସାହାଯ୍ୟରେ। ଏହା ପରେ ଧନିଆ ପତ୍ର ଆଉ ବ୍ୟବହାର ଯୋଗ୍ୟ ହୋଇ ନ ଥାଏ। ତେବେ ଏହି ଧନିପତ୍ରକୁ ବିନା ଫ୍ରିଜ୍‌ରେ କିପରି ୧୫ ଦିନ ପର୍ଯ୍ୟନ୍ତ ସତେଜ ରଖାଯାଇ ପାରିବ ଜାଣିବା।
– ସତେଜ ଧନିଆ ପତ୍ର ବଜାରରୁ ଆଣିବା ପରେ ତାର ଚେରକୁ ଛିଡାଇ ଅଲଗା କରିଦିଅନ୍ତୁ
-ପରେ ଗୋଟିଏ ପାତ୍ରରେ କିଛି ପାଣି ନିଅନ୍ତୁ ଓ ସେଥିରେ ଏକ ଚାମଚ ହଳଦୀ ଗୁଣ୍ଡ ପକାନ୍ତୁ ।
-ଧନିଆ ପତ୍ରକୁ ପାଖାପାଖି ୩୦ ମିନିଟ ପର୍ଯ୍ୟନ୍ତ ଏହି ପାଣିରେ ପକାଇ ରଖନ୍ତୁ।
-ପରେ ପତ୍ରଗୁଡିକୁ ବାହାର କରି ଖାଲି ପାଣିରେ ଧୋଇ ଶୁଖାଇ ଦିଅନ୍ତୁ।
-ପାଣି ଭଲଭାବେ ନିଗିଡି ଯିବା ପରେ ତାକୁ ଗୋଟିଏ ଶୁଖିଲା କପଡ଼ା ସାହାଯ୍ୟରେ ପୋଛି ଦିଅନ୍ତୁ। ଯେପରି ଧନିଆ ପତ୍ରରେ ଟିକେବି ପାଣି ରହିବ ନାହିଁ।
-ପରେ ପତ୍ରକୁ ଏକ କାଚ ବୋତଲରେ ପୁରାଇ ତାର ଢାଙ୍କୁଣୀକୁ ଟାଇଟରେ ବନ୍ଦକରି ରଖିଦିଅନ୍ତୁ । ଏହିପରି କରିବା ଦ୍ୱାରା ଧନିଆପତ୍ର ୨ ସପ୍ତାହରୁ ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରହିବ।
ମଧୁମେହ ରୋଗୀଙ୍କ ପାଇଁ ଧନିଆପତ୍ର ଅତ୍ୟନ୍ତ ଲାଭଦାୟକ ସେମାନେ କଲରା ରସ ସହ ଧନିଆପତ୍ର ମିଶାଇ ପିଇ ପାରିବେ।