ଯଦି ବିବାହ ପରେ ସ୍ବାମୀ କୁହନ୍ତି ଯେ ସେ ଜଣେ ମହିଳା ହେବାକୁ ଚାହୁଁଛନ୍ତି, ତେବେ ସେତେବେଳେ ସ୍ତ୍ରୀଙ୍କ ପ୍ରତିକ୍ରିୟା କ’ଣ ହେବ? କଳ୍ପନା କରିବା ଅତ୍ୟନ୍ତ କଷ୍ଟକର ନୁହେଁ କି? କିନ୍ତୁ ଟେଲର ୱାନମାଲସର ଏବଂ ସାରା ୱାନମାଲସରଙ୍କ ପାଇଁ ପରିସ୍ଥିତି ଏକ ବାସ୍ତବ ଜୀବନର କାହାଣୀ । ଦୀର୍ଘ ସମୟ ଧରି ସମ୍ପର୍କ ରଖିବା ପରେ ଟେଲର ଏବଂ ସାରା ବିବାହ କରିବାକୁ କରିବାକୁ ନିଷ୍ପତ୍ତି ନେଇଥିଲେ। ବିବାହ ପରେ ଏକ ସନ୍ତାନର ମାତାପିତା ହୋଇଥିଲେ। ଏହାପରେ ଟେଲର ପୁରୁଷରୁ ମହିଳା ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ଶୁଣି ସାରାଙ୍କୁ ଝଟ୍କା ଲାଗିଥିଲା। କିନ୍ତୁ ପ୍ରେମ ଆଗରେ ହାର ମାନିଯାଇ ସେ ଟେଲରଙ୍କ କଥାକୁ ସମ୍ମାନ ଦେଇଥିଲେ। ଏବେ ଏହି ଦୁହିଁଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହେଉଛି। ଟେଲର ସର୍ବଦା ଝିଅ ହେବାକୁ ଚାହୁଁଥିଲେ, କିନ୍ତୁ ସେ ଏହି ଇଚ୍ଛାକୁ ସର୍ବଦା ଲୁଚାଇ ରଖିଥିଲେ। ସାରାଙ୍କ ପ୍ରତି ଭଲପାଇବା ହେତୁ ସେ ସାରାଙ୍କୁ ନିଜ ମନ କଥା କହିଥିଲେ।