ଭାଇଙ୍କ ସହ ଯୋଡାଯାଇଥିଲା ଅଭିନେତ୍ରୀଙ୍କ ନାମ, ଶୋଇବେ କ’ଣ ରାତି ରାତି କାନ୍ଦୁଥିଲେ ଏହି ଅଭିନେତ୍ରୀ

ବମ୍ବେ: ସେଲିବ୍ରଟିମାନଙ୍କ ଜୀବନ ଦୂରରୁ ଯେତିକି ଚାକଚକ୍ୟପୂର୍ଣ୍ଣ ଲାଗିଥାଏ, ବାସ୍ତବତା ଠିକ ଓଲଟା ହୋଇଥାଏ। କାରଣ ତାଙ୍କର ବ୍ୟକ୍ତିଗତ ଜୀବନ କ୍ୟାମେରା ଲେନ୍ସରେ ଥାଏ। ଅନେକ ସମୟରେ ଗୁଜବଗୁଡ଼ିକ ଚିନ୍ତାର କାରଣ ସାଜେ। ସେଭଳି କିଛି ଘଟିଥିଲା ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନଙ୍କ କ୍ଷେତ୍ରରେ। ଏବେ ସେ ବିବାହିତା। ଦୁଇ ସନ୍ତାନର ଜନନୀ। ହେଲେ ଦିନ ଥିଲା ତାଙ୍କ ନାମ ଅନେକ ଅଭିନେତାଙ୍କ ସହ ଯୋଡ଼ା ଯାଇଥିଲା। କଥା ସେତିକିରେ ରହି ନ ଥିଲା। ରବିନାଙ୍କ ନିଜ ଭାଇଙ୍କ ସହ ମଧ୍ୟ ଯୋଡ଼ାଯାଇ ତାଙ୍କ ନାମରେ ଖବର ପ୍ରସାରଣ କରାଯାଇଥିଲା। ଏହା ଅଭିନେତ୍ରୀଙ୍କୁ ଭାଙ୍ଗି ଦେଇଥିବା ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି।

ନିଜ ସମୟରେ ରବିନା ସହ କଳାକାରଙ୍କୁ ବନ୍ଧୁ ବୋଲି ଭାବୁଥିଲେ। ହେଲେ ଅନେକ ଖବରକାଗଜର ସମ୍ପାଦକ ଏହାକୁ ଗ୍ରହଣ କରିପାରୁ ନ ଥିଲେ। ତାଙ୍କ ନାମରେ ଗୁଜବଗୁଡ଼ିକ ଛାପୁଥିଲେ। ଫଳରେ ଅନେକ ରାତି ଅନିଦ୍ରାରେ କାଟୁଥିଲେ ସେ।
ପ୍ରାୟତଃ ରବିନାଙ୍କୁ ତାଙ୍କ ଭାଇ ଶୁଟିଂ ସେଟ୍‌କୁ ଛାଡ଼ିବାକୁ ଆସିଥିବା ବେଳେ ଏହାକୁ ଭିନ୍ନ ଢ଼ଙ୍ଗରେ ଛାପିଥିଲା ଷ୍ଟାରଡଷ୍ଟ। ଜଣେ ହ୍ୟାଣ୍ଡସମ୍‌, ଗୋରା ଯୁବକ ରବିନାଙ୍କୁ ଛାଡ଼ିବାକୁ ଆସିଥିବା, ରବିନାଙ୍କ ପ୍ରେମିକ କିଏ ଜଣାପଡ଼ିଯାଇଥିବା ଖବର ବାହାରିଥିଲା। ରବିନା ଏହାର ସ୍ପଷ୍ଟୀକରଣ ଦେଲେ ହେଁ କେହି ତାହାକୁ ସତ ମାନୁ ନ ଥିଲେ।

ଅଭିନେତ୍ରୀଙ୍କ କ୍ୟାରିୟର ବିଷୟରେ କଥା ହେଲେ ସେ ୧୯୯୧ରେ ଚଳଚ୍ଚିତ୍ର ‘ପଥ୍ଥର କେ ଫୁଲ’ ଜରିଆରେ ନିଜର ଡେବ୍ୟୁ କରିଥିଲେ। ଏହାପରେ ସେ ମୋହରା,ଦିଲଓ୍ବାଲେ, ଲାଡଲା, ଅନ୍ଦାଜ ଆପ୍‌ନା ଆପ୍‌ନା, ଆଣ୍ଟି ନଂ ୧ ଭଳି ଫିଲ୍ମରେ କାମ କରିଛନ୍ତି।

Share