କରୋନା ଚିକିତ୍ସାର ଭିତିରି କଥା: ଅଗ୍ନିକାଣ୍ଡ ପରେ ସତ୍ୟ ପାଇଲା ପ୍ରକାଶ

ହାଇଦ୍ରାବାଦ୍‌, ୧୧।୮: ତିନି ଦିନ ତଳେ ବିଜୟଓ୍ବାଡ଼ାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏହି ହୋଟେଲକୁ କୋଭିଡ୍‌ କେୟାର ସେଣ୍ଟର କରାଯାଇଥିଲା। ଏଠାରେ ୩୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ। ତେବେ ଅଗ୍ନିକାଣ୍ଡ ପରେ ଆକ୍ରାନ୍ତମାନଙ୍କଠାରୁ ବହୁ ସତ କଥା ଧରାପଡ଼ିଛି। ହୋଟେଲରେ ଚିକିତ୍ସା ହେବା ପାଇଁ ସେମାନଙ୍କଠାରୁ ପ୍ରତିଦିନ ୫ ହଜାର ଟଙ୍କା ଲେଖାଏଁ ନିଆଯାଉଥିବା ସେମାନେ ପଚରାଉ ଚରା ସମୟରେ ପ୍ରକାଶ କରିଛନ୍ତି। ଏକ ଘରୋଇ ହସ୍ପିଟାଲ ପକ୍ଷରୁ ହୋଟେଲକୁ କୋଭିଡ୍‌ କେୟାର ସେଣ୍ଟର ଲାଗି ଲିଜ୍‌ରେ ନିଆଯାଇଥିଲା। ଏଭଳି କାର୍ଯ୍ୟ କେତେକ ହସ୍ପିଟାଲ ମଧ୍ୟ ଜାରି ରଖିଛନ୍ତି। ହୋଟେଲର କ୍ୱାଲିଟି ନେଇ ରହିବା ଖର୍ଚ୍ଚ ଅଲଗା ଅଲଗା ରହିଛି। ଖରାପ ହୋଟେଲରେ ଦିନିକିଆ ରହିବା ଖର୍ଚ୍ଚ ୧୫ ଶହ ଟଙ୍କା ଥିବାବେଳେ ଷ୍ଟାର ହୋଟେଲରେ ଦିନକୁ ରହିବା ଖର୍ଚ୍ଚ ୫ରୁ ୮ ହଜାର ଟଙ୍କା ଥିବା ଆକ୍ରାନ୍ତ କହିଛନ୍ତି। ହସ୍ପିଟାଲ ପକ୍ଷରୁ ଚିକିତ୍ସା ଖର୍ଚ୍ଚ ଅଲଗା ଆଦାୟ କରାଯାଉଥିବା ଜଣାପଡ଼ିଛି। ଚିକିତ୍ସା ଖର୍ଚ୍ଚ ଆଡଭାନ୍ସ ଦେବାକୁ ପଡୁଥିବା ଆକ୍ରାନ୍ତ କହିଛନ୍ତି।

Share