Categories: ଫୁରସତ

ନିଶ ଥିବା ଏହି ରାଜକୁମାରୀଙ୍କ ପାଇଁ ୧୩ ଯୁବକ କରିଥିଲେ ଆତ୍ମହତ୍ୟା

ଆଜିର ସମୟରେ ଯୁବତୀଙ୍କ ସୌନ୍ଦର୍ଯ୍ୟ, ତାଙ୍କ ରୂପ, ଶରୀରର ଗଠନ ଏବଂ ଚେହେରା ଦେଖି ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦିଆଯାଏ। କିନ୍ତୁ ସବୁ ସ୍ଥାନରେ ସୌନ୍ଦର୍ଯ୍ୟର ମାପ ମଧ୍ୟ ଭିନ୍ନ ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଉନବିଂଶ ଶତାବ୍ଦୀରେ ମୋଟା ଯୁବତୀଙ୍କୁ ସୁନ୍ଦରୀ ଭାବରେ ବିବେଚନା କରାଯାଉଥିଲା। ସେହି ଶତାବ୍ଦୀର ଇରାନ ରାଜକୁମାରୀଙ୍କ ସୌନ୍ଦର୍ଯ୍ୟର କାହାଣୀ ଆଜି ମଧ୍ୟ ସ୍ମରଣୀୟ। ଇରାନର ରାଜକୁମାରୀ ତାଜ ଅଲ କାଜର ସୁଲତାନା ସମସ୍ତ ସୌନ୍ଦର୍ଯ୍ୟର ସବୁ ମାନଦଣ୍ଡ ଭାଙ୍ଗିଦେଇଥିଲେ। ତାଙ୍କ ମୁହଁରେ ଘନ ନିଶ ଥିଲା। ଏହା ସହିତ ସେ ମଧ୍ୟ ବହୁତ ମୋଟା ଥିଲେ। କିନ୍ତୁ ତା’ପରେ ମଧ୍ୟ ସେ ସବୁଠୁ ସୁନ୍ଦରୀ ଯୁବତୀର ଆଖ୍ୟା ପାଇଥିଲେ। ସେହି ସମୟର ଅଧିକାଂଶ ଯୁବକ ରାଜକୁମାରୀଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ତେବେ ରାଜକୁମାରୀ କାଜର ସମସ୍ତ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ। ରାଜକୁମାରୀଙ୍କ ପାଇଁ ୧୩ ଜଣ ଯୁବକ ଆତ୍ମହତ୍ୟା କରିଥିଲେ। ଏହି ପ୍ରସ୍ତାବଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିବାର କାରଣ ହେଉଛି ରାଜକୁମାରୀ ପୂର୍ବରୁ ଅମିର ହୁସେନ ଖାନ ଶୋଜା ଇ ସୁଲତାନାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ଝିଅ ଏବଂ ଦୁଇ ପୁଅ ଥିଲେ। ତେବେ ପରେ ସେମାନଙ୍କର ଛାଡପତ୍ର ହୋଇଥିଲା।

Share