Posted inଫୁରସତ

ଓଡ଼ିଶୀ ସଙ୍ଗୀତ ଦେଇଛି ପରିଚୟ

ପିଲାଦିନେ ରାମଲୀଳା ଓ ତ୍ରିନାଥମେଳା ଦେଖିବାର ନିଶା ତାଙ୍କୁ ଆଜି ଦେଇଛି ନିଆରା ପରିଚୟ। ସମୟକ୍ରମେ ସେ ଆକାଶବାଣୀର ଜଣେ ବି ହାଇଗ୍ରେଡ୍‌ର ସ୍ବୀକୃତିପ୍ରାପ୍ତ କଳାକାର ରୂପେ ମାନ୍ୟତା ପାଇଛନ୍ତି। ଓଡ଼ିଶୀ ସଙ୍ଗୀତରେ ଶିକ୍ଷାଲାଭ କରି ଓଡ଼ିଶୀ ସଙ୍ଗୀତ ଗବେଷଣା ପାଇଁ ସିନିୟର ଫେଲୋଶିପ୍‌ ପାଇଛନ୍ତି। ପୁରାତନ ଭଜନ, ଜଣାଣ, ଓଡ଼ିଶୀ, ଚମ୍ପୂ, ଛାନ୍ଦ ଆଦି ଗାୟନରେ ତାଙ୍କର ବହୁମୁଖୀ ପ୍ରତିଭାକୁ ବିଭିନ୍ନ ଅନୁଷ୍ଠାନରୁ ମିଳିଛି ଏକାଧିକ ସମ୍ମାନ ଓ ପୁରସ୍କାର। ସେ ହେଲେ ଗୁରୁ ଜଳଧର ପ୍ରଧାନ। ମାତା ଭୂତି ଦେଈ, ପିତା ଆନନ୍ଦ ଚନ୍ଦ୍ର ପ୍ରଧାନ। ଘର ଖୋର୍ଦ୍ଧା ଜିଲାର ଜଟଣୀ ବ୍ଲକ ଅନ୍ତର୍ଗତ କନ୍ତିଆ ଗାଁରେ। ସେ କୁହନ୍ତି, ‘ମୋ ବଡ଼ବାପା ଉଚ୍ଛବ ଚରଣ ପ୍ରଧାନ ଥିଲେ ଜଣେ ରାମଲୀଳା କଳାକାର। ଗାଁରେ ପ୍ରତିବର୍ଷ ଆୟୋଜିତ ହେଉଥିବା ରାମଲୀଳାରେ ସେ ନିର୍ଦ୍ଦେଶନା ଦେବା ସହିତ ଅଭିନୟ କରୁଥିଲେ। ଘରେ ସେ ଖଞ୍ଜଣି ବଜାଇ ବିଭିନ୍ନ ଭଜନ ଜଣାଣ ଗାୟନ କରିଥା’ନ୍ତି। ତାଙ୍କ କଣ୍ଠରୁ ଭଜନ ଜଣାଣ ଶୁଣି କେତେକ ପୁରାତନ ଭଜନ, ଜଣାଣକୁ ଗାଇବା ଅଭ୍ୟାସ କରୁଥିଲି। ପିଲାଦିନେ ମୋ କଣ୍ଠରୁ ଭଜନ, ଜଣାଣ ଶୁଣି ଗାଁର ଗୁରୁଜନମାନେ ମୋତେ ଗାଇବା ପାଇଁ ଉତ୍ସାହିତ କରୁଥିଲେ। ହରିରାଜପୁର ସୋମନାଥ ବିଦ୍ୟାପୀଠରେ ପଢ଼ୁଥିବା ବେଳେ ଅଧିକାଂଶ ସମୟ ପାଠପଢ଼ା ଅପେକ୍ଷା ଗୀତ ପ୍ରତି ଗୁରୁତ୍ୱ ଦେଉଥିବାରୁ ସେତେବେଳେ ଶ୍ରେଣୀ ଶିକ୍ଷକ ମୋ ପ୍ରତି ବିରକ୍ତ ହୋଇ କହିଥିଲେ- ଆଗେ ପାଠ, ପରେ ଶାଠ ନଚେତ୍‌ ତୋର କିଛି ହୋଇପାରିବନି। ସାରଙ୍କ ଏହି ପଦକ କଥା ଏବେ ବି ମନେପଡ଼ୁଛି। ୭ମ ଶ୍ରେଣୀରେ ପଢ଼ୁଥିବା ବେଳେ ଥରେ ଟେବୁଲରେ ବାଜା ବଜାଇ ଗୀତ ଗାଉଥିବା ବେଳେ ଟେବୁଲର ଏକ ପଟା ଭାଙ୍ଗି ଯାଇଥିଲା। ଏଥିପାଇଁ ସାର୍‌ ମୋତେ ଏବଂ ଆଉ ଜଣେ ସାଙ୍ଗକୁ ସେତେବେଳେ ଆଣ୍ଠୁଆ ବସାଇଥିଲେ। ତେଣୁ ଭୟରେ କିଛି ଦିନ ସ୍କୁଲକୁ ଯାଇ ନଥିଲି। ପରେ ସ୍କୁଲ ଯିବା ପାଇଁ ସାର୍‌ ବହୁତ ବୁଝାଇଥିଲେ। ଆଉ ସାର୍‌ ମୋତେ ଭଜନ ଗାଇବା ପାଇଁ ଉତ୍ସାହିତ କରିଥିଲେ। ଆଉ ମୁଁ ଗାଇଥିଲି। ପରେ ସ୍କୁଲରେ ଯେତେବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା, ଭଜନ, ଜଣାଣ ଗାଇବାକୁ ମୋତେ ଡାକନ୍ତି। ସାଲବେଗ, ସାରିଆ ଭିକ, ବନମାଳୀ ଦାସ, ଦୀନକୃଷ୍ଣଙ୍କ ଭଜନ ଜଣାଣକୁ ସ୍ବର, ତାଳରେ ଗାଇବାରେ ଆନନ୍ଦ ପାଉଥିଲି। ସଙ୍ଗୀତ ଶିକ୍ଷା ପାଇଁ ଘରୋଇ ଭାବେ ଜଟଣୀର ଏକ ପୁରାତନ ‘ସଙ୍ଗୀତା’ ଅନୁଷ୍ଠାନକୁ ଯାଇଥିଲି । ସେଥିପାଇଁ ପ୍ରତି ମାସରେ ୨୦ଟଙ୍କା ଦେବାକୁ ପଡୁଥିଲା। ଥରେ ମାସିକ ଦରମା ଦେଇ ନ ପାରିବାରୁ ସଙ୍ଗୀତ ଅନୁଷ୍ଠାନର ପରିଚାଳକ ମୋତେ ତାଙ୍କ ଅନୁଷ୍ଠାନକୁ ଯିବା ପାଇଁ ମନାକରି ଦେଇଥିଲେ। କିନ୍ତୁ ସେତେବେଳେ ସ୍କୁଲ ବହି କିଣିବାକୁ ମୋପାଖରେ କିଛି ଟଙ୍କା ସାଇତି ରଖିଥିଲି। କାହାକୁ କିଛି ନ ଜଣାଇ ବହିକିଣା ହେବାକୁ ଥିବା ୧୫ଟଙ୍କାକୁ ସଙ୍ଗୀତ ଅନୁଷ୍ଠାନର ପରିଚାଳକଙ୍କୁ ଦେଇଦେଇଥିଲି, ଆଉ ୫ଟଙ୍କା ବାକି ଥିବାରୁ ସଙ୍ଗୀତ ସ୍କୁଲକୁ ନ ଯାଇପାରି ଘରେ ସଂଗୀତ ଅଭ୍ୟାସ କରୁଥିଲି। ମୋର ଏହି କଳା ପ୍ରତି ଆଗ୍ରହ ଦେଖି ସଙ୍ଗୀତ ଶିକ୍ଷକ ପରେ ମୋତେ ସେହି ଅନୁଷ୍ଠାନକୁ ଯିବାପାଇଁ କହିଥିଲେ। ତାପରେ ଜଣେ ସାଙ୍ଗ ମୋ ପାଇଁ ପିପିଲିରୁ ଏକ ହାର୍‌ମୋନିୟମ କିଣି ମୋତେ ଦେଇଥିଲେ। ପରେ ତାଙ୍କ ପଇସା ଶୁଝି ଦେଇଥିଲି। ଗୁରୁ ଭୁବନ ମୋହନ ପ୍ରଧାନ, କେଶବଚନ୍ଦ୍ର ରାଉତ, ପ୍ରଶାନ୍ତ ସାମଲ, ଗୁରୁ ରାମହରି ଦାସ ପ୍ରମୁଖଙ୍କଠାରୁ ପୁରାତନ ଓଡ଼ିଶୀସଙ୍ଗୀତ ଶିକ୍ଷା ଲାଭ କରିଥିଲି। ଜଟଣୀ କଲେଜରେ ବିଏ ସାରିଲା ପରେ ବିଧିବଦ୍ଧଭାବେ ଚଣ୍ଡୀଗଡ଼ ପ୍ରାଚୀନ କଳାକେନ୍ଦ୍ରରେ ୭ ବର୍ଷିଆ ଓଡ଼ିଶୀ ସଙ୍ଗୀତ କୋର୍ସ କରି ସଙ୍ଗୀତରେ ଆଚାର୍ଯ୍ୟ ସାରିଲି। ସମୟକ୍ରମେ କଟକ ଆକାଶବାଣୀର ବିଭିନ୍ନ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗଦେଲି। ଏହାପରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ସଙ୍ଗୀତ ପରୀକ୍ଷକ, ଚଣ୍ଡୀଗଡ଼ ପ୍ରାଚୀନ କଳାକେନ୍ଦ୍ରର ପରୀକ୍ଷକ, ଟ୍ରିପଲ-ଏ ଅନୁଷ୍ଠାନ ଖୋର୍ଦ୍ଧାରେ ଓଡ଼ିଶୀସଙ୍ଗୀତ ଶିକ୍ଷକଭାବେ କାଯର୍‌ୟ କରୁଅଛି। ପରିବାରରେ ମୋର ଝିଅ ଓଡିଶୀ ସଙ୍ଗୀତ କଳାରେ ରୁଚି ରଖିଛି। ଏବେ ବିଭିନ୍ନ ଅନୁଷ୍ଠାନରେ ସଙ୍ଗୀତ ଶିକ୍ଷକ ଭାବେ ପିଲାଙ୍କୁ ପୁରାତନ ଓଡିଶୀସଙ୍ଗୀତ ଶିକ୍ଷା ଦେଉଛି। ସଙ୍ଗିତ ପାଇଁ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛି। ମୁଁ ଏତିକି କହିବି ଓଡ଼ିଶୀ ସଙ୍ଗୀତର ଅଂଶ ବିଶେଷ ଭାବେ ଚମ୍ପୂ, ଛାନ୍ଦ, ଓଡ଼ିଶୀ ଆଦି ପୁରାତନ ଭଜନ ଜଣାଣ ରହିଛି। ସଙ୍ଗୀତର ଅଳଙ୍କାର ସାଧନା କଲେ ହିଁ ଜଣେ ସଫଳତା ପାଇବେ। ଆଜିକାଲି କିନ୍ତୁ ଅଳଙ୍କାରକୁ ସାଧନା ନ କରି ଗୀତ ଗାୟନ କରନ୍ତି। ତେଣୁ ସେଥିରେ ପ୍ରକୃତ ସ୍ବର, ତାଳର ମୌଳିକତା ରହେନା। ତେଣୁ ସେହି ସଙ୍ଗୀତରେ ଭାବ ରହୁନି।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ଏହି ଗ୍ରାମ: ପ୍ରତି ଘରେ ଆଇଏଏସ୍‌, ଆଇପିଏସ୍‌

ଲକ୍ଷ୍ନୌ:ସମ୍ପ୍ରତି ସରକାରୀ ଚାକିରି ପାଇବା ଅନେକଙ୍କ ପାଇଁ କାଠିକର ହୋଇପଡ଼ିଛି। ଆଇଏଏସ୍‌ ଏବଂ ଆଇପିଏସ୍‌ ହେବାକୁ ବହୁ ଛାତ୍ରୀଛାତ୍ର ସ୍ବପ୍ନ ଦେଖୁଥିଲେ ମଧ୍ୟ ପ୍ରତିଯୋଗିତାର ସ୍ତର...

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri