ଆମେରିକା, କାଲିଫର୍ନିଆରେ ରହୁଥିବା ବ୍ରାଏନା ମେରୀ ଶିହାଦେହଙ୍କୁ ନିଜ ଶରୀରରେ ମୋଡିଫିକେଶନ୍ କରାଇବାକୁ ବହୁତ ଭଲ ଲାଗେ। ତେଣୁ ସେ ନିଜ ଶରୀରରେ ଅନେକ ସର୍ଜରୀ ସହ ପିୟର୍ସିଂ, ଟାଟୁ ଆଦି କରାଇଛନ୍ତି। ଆଉ ଏଥିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବି କରିଛନ୍ତି। ସେ ସର୍ଜରୀ ମାଧ୍ୟମରେ ନିଜ ଜିଭକୁ ଦୁଇ ଫାଳ ବି କରିଛନ୍ତି। ଆଉ ଆଶ୍ଚର୍ଯ୍ୟଜନକଭାବେ ଏହି ଦୁଇ ଫାଳିଆ ଜିଭରେ ସେ ଏକାସାଙ୍ଗରେ ଦୁଇ ଭିନ୍ନ ପ୍ରକାରର ସ୍ବାଦକୁ ବାରି ପାରୁଛନ୍ତି। ଦୁଇଟି ଗ୍ଲାସ୍ରେ ଦୁଇ ପ୍ରକାରର ପାନୀୟ ରଖି ଦୁଇଫାଳ ଜିଭକୁ ସେହି ଭିନ୍ନ ଭିନ୍ନ ଗ୍ଲାସ୍ରେ ବୁଡାଇ ଏକାସାଙ୍ଗରେ ଦୁଇଟି ସ୍ବାଦ ନେଉଥିବାର ଭିଡିଓ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଯାହାକୁ ଦେଖି ଲୋକେ ନାନା ପ୍ରକାରର କମେଣ୍ଟ କରୁଛନ୍ତି।