ଶାହାରୁଖ୍‌ଙ୍କୁ ଦେଖିବା ପାଇଁ ତାଙ୍କ ଘର ସମ୍ମୁଖରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ରାଜକୁମାର ରାଓ ନିଜର ପ୍ରତିଭା ମାଧ୍ୟମରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ପ୍ରତ୍ୟେକ ଫିଲ୍ମରେ ତାଙ୍କ କାମକୁ ପ୍ରଶଂସା କରାଯାଏ। ତେବେ ରାଜକୁମାର ଯଦି ଜଣେ ଅଭିନେତା ହୋଇପାରିଛନ୍ତି ତାହା କେବଳ ଶାହାରୁଖ୍‌ ଖାନ୍‌ଙ୍କ ପାଇଁ। ନିଜେ ରାଜକୁମାର ଏହା କହିଛନ୍ତି।
ସେ କହିଛନ୍ତି, ମୁଁ ଶାହାରୁଖ୍‌ଙ୍କୁ ବହୁତ ଭଲ ପାଏ। ତାଙ୍କ ପାଇଁ ଆଜି ମୁଁ ଅଭିନେତା ହୋଇପାରିଛି। ପ୍ରଥମ ଥର ପାଇଁ ମୁଁ ଯେତେବେଳେ ମୁମ୍ବାଇ ଆସିଥିଲେ ଶାହାରୁଖ୍‌ଙ୍କୁ ଦେଖିବା ପାଇଁ ତାଙ୍କ ଘର ସମ୍ମୁଖରେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଛିଡା ହେଉଥିଲି। କିନ୍ତୁ ତାଙ୍କୁ ଦେଖିବାର ସୁଯୋଗ ପାଇପାରି ନ ଥିଲି। ମାତ୍ର ମୁଁ ଅଭିନେତା ହେବା ପରେ ଶାହାରୁଖ୍‌ଙ୍କୁ ଦେଖିବାର ସ୍ପପ୍ନ ମୋର ପୂରଣ ହୋଇଛି ବୋଲି ସେ କହିଛନ୍ତି।
ଆହୁରି ମଧ୍ୟ ସେ କୁହନ୍ତି, ଶାହାରୁଖ୍‌ ଜଣେ ମହାନ ବ୍ୟକ୍ତି। ତାଙ୍କଠାରୁ ବହୁତ କିଛି ଶିଖିବାକୁ ମିଳିଥାଏ। ସେ କେବଳ ଜଣେ ଅଭିନେତା ଭାବେ ମୋତେ ପ୍ରଭାବିତ କରି ନାହାନ୍ତି ବରଂ ଭଲ ମଣିଷ ହେବାକୁ ପ୍ରେରଣା ଦେଇଥିଲେ ବୋଲି ରାଜକୁମାର କହିଛନ୍ତି।

Share