ଚୁଲି ନିଆଁରେ ଜଳିଗଲେ

ବାରିପଦା ଅଫିସ,୪ା୯: କାଠ ଚୁଲିରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ସୁମୀ ବିନ୍ଧାଣୀ ନାମ୍ନୀ ଜଣେ ମହିଳା ଗୁରୁତର ହୋଇଛନ୍ତି । ତାଙ୍କ ଘର ବାରିପଦା ସହର ୨୨ ନମ୍ବର ୱାର୍ଡ ହଦ୍‌ହଦି ସାହିରେ। ନିଆଁ ଲାଗିବା ଜାଣି ସୁମି ଚିତ୍କାର କରିବାରୁ ପଡ଼ୋଶୀ ଘର ଲୋକେ ଆସି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ବାରିପଦା ହସ୍ପିଟାଲରେ ଭର୍ତ୍ତି କରଥିଲେ। ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Share