ସ୍କର୍ଟ, ହାଇ ହିଲ୍‌ ପିନ୍ଧି ଅଫିସ ଯାଆନ୍ତି ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜଣେ ବ୍ୟକ୍ତିର ପୋଷାକରୁ ତାର ବ୍ୟକ୍ତିତ୍ୱ ବିଷୟରେ ଜଣାପଡ଼ିଥାଏ। ପ୍ୟାଣ୍ଟ-ସର୍ଟ ପିନ୍ଧୁଥିଲେ ପୁରୁଷ ଏବଂ ସାଲଓ୍ବାର, ସାଢ଼ୀ, ଜିନ୍ସ-ଟପ୍ସ କିମ୍ବା ସ୍କର୍ଟ ପିନ୍ଧୁଥିଲେ ମହିଳା ବୋଲି ଜଣାଯାଏ। ହେଲେ ଜର୍ମାନର ୬୧ ବର୍ଷୀୟ ବୃଦ୍ଧ ମାର୍କ ବ୍ରାୟନଙ୍କ ପୋଷାକକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ସେ ସବୁବେଳେ ସ୍କଟ ର୍‌ଏବଂ ହାଇ ହିଲ୍‌ ପିନ୍ଧିଥାନ୍ତି। ତାଙ୍କ ପୋଷାକକୁ ଦେଖି ଲୋକେ ଭାବନ୍ତି ସେ ସମଲିଙ୍ଗୀ। ମାତ୍ର ତାହା ନୁହେଁ, ସେ ଜଣେ ପୁରୁଷ। ମାର୍କ ନିଜର ସ୍ତ୍ରୀ ଏବଂ ୩ ପିଲାଙ୍କ ସହ ସୁଖମୟ ଜୀବନ ମଧ୍ୟ ବିତାଉଛନ୍ତି।
ଦୀର୍ଘ ୪ ବର୍ଷ ହେବ ମାର୍କ ସ୍କର୍ଟ ଏବଂ ହାଇ ହିଲ୍‌ ପିନ୍ଧି ଅଫିସ ଯାଉଛନ୍ତି। ଏହାର କାରଣ ହେଉଛି ସମାଜରେ ପୋଷାକକୁ ନେଇ ଯେଉଁ ମାନସିକତା ରହିଛି ତାକୁ ସେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ଲୋକଙ୍କ ମନରେ ଯେଉଁ ମାନସିକତା ରହିଛି, ପେଣ୍ଟ-ସର୍ଟ ପିନ୍ଧିଲେ ପୁରୁଷ ଏବଂ ସ୍କଟ କିମ୍ବା ଶାଢ଼ି ପିନ୍ଧିଲେ ମହିଳା ଏହି ଚିନ୍ତାଧାରାକୁ ସେ ପରିବର୍ତ୍ତନ କରିବାକୁ ଚାହାନ୍ତି। ତାଙ୍କ ହିସାବରେ ପୋଷାକର କୌଣସି ଲିଙ୍ଗ ନାହିଁ। ଜଣେ ବ୍ୟକ୍ତିି ନିଜ ମନ ମୁତାବକ କୌଣସି ବି ପୋଷାକ ପିନ୍ଧିପାରିବ। ଏହି କାରଣରୁ ସେ ଦୀର୍ଘ ୪ ବର୍ଷ ହେବ ସ୍କର୍ଟ ଏବଂ ହାଇ ହିଲ୍‌ ପିନ୍ଧି ଅଫିସ ଯାଉଛନ୍ତି। ମାର୍କଙ୍କ ଏପରି ନିଷ୍ପତ୍ତିକୁ ତାଙ୍କର ପୁରା ପରିବାର ସମର୍ଥନ ମଧ୍ୟ କରିଛନ୍ତି। ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ମାର୍କଙ୍କ ଷ୍ଟାଇଲ ବହୁତ ପସନ୍ଦ ଆସୁଛି।

Share