ନୂଆଦିଲ୍ଲୀ, ୨୭ା୨ (ପି.ଟି.)-ଅଲିମ୍ପିକ ଓ ବିଶ୍ୱ ଚାମ୍ପିୟନ ଉଜ୍ବେକିସ୍ତାନର ସାଖୋବିଦ୍ଦିିିନ ଜୋଇରୋଭଙ୍କ ବିପକ୍ଷରେ ୪-୧ରେ ବିଜୟ ହାସଲ କରି ଏସିଆନ ଗେମ୍ସ ବିଜେତା ଦୀପକ କୁମାର (୫୨କେଜି) ବୁଲ୍ଗେରିଆର ସୋଫିଆଠାରେ ଚାଲିଥିବା ୭୨ତମ ଷ୍ଟ୍ରାଣ୍ଡ୍ଜା ମେମୋରିଆଲ ବକ୍ସିଂ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଦୀପକଙ୍କର ଏହା ହେଉଛି ସବୁଠାରୁ ବଡ଼ ସ୍ମରଣୀୟ ବିଜୟ। ଜୋଇରୋଭ ୨୦୧୯ରେ ଭାରତର ଅମିତ ଫଙ୍ଗାଲଙ୍କୁ ପରାସ୍ତ କରି ବିଶ୍ୱ ଚାମ୍ପିୟନଶିପ୍ ଟାଇଟଲ ଜିତିଥିଲେ। କୋଇରୋଭ ଏସିଆନ ଗେମ୍ସ ଏବଂ ଏହି ଚାମ୍ପିୟନଶିପ୍ରେ ରୌପ୍ୟ ବିଜେତା। ଗୁରୁବାର ପୂର୍ବରୁ ଅନୁଷ୍ଠିତ ଏକ କ୍ୱାର୍ଟରଫାଇନାଲରେ ଦୀପକ ୫-୦ରେ ବୁଲଗେରିଆର ଦାରିସ୍ଲ୍ଳାମ ଭାସିଲେଭ୍ଙ୍କୁ ୫-୦ରେ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ମହିଳା ପ୍ରତିଯୋଗିତାରେ ପୂର୍ବତନ ଯୁବ ବିଶ୍ୱ ଚାମ୍ପିୟନ ଜ୍ୟୋତି ଗୁଲିଆ (୫୧କେଜି) ଓ ଭାଗ୍ୟବତୀ କାଚାରୀ (୭୫କେଜି) ସେମାନଙ୍କ ଲଢେଇରେ ହାରିଯାଇଛନ୍ତି। ସେମାନଙ୍କର ଏହି ପରାଜୟ ଦ୍ୱାରା ମହିଳା ବିଭାଗରେ ବିନା ପଦକରେ ଭାରତୀୟ ଅଭିଯାନ ଶେଷ ହୋଇଛି। ପୁରୁଷ ବିଭାଗରେ ମନଜିତ୍ ସିଂ (+୯୧କେଜି) ମଧ୍ୟ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି।