ଅଜଣା ଜନ୍ତୁ ଆତଙ୍କ: ୪୦ ମେଣ୍ଡା ମୃତ୍ୟୁ

ଢେଙ୍କାନାଳ,୧୫।୭(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ସୋଗରପଶି ପଞ୍ଚାୟତ ଆରଦା ଗ୍ରାମରେ ଶନିବାର ଭୋରରେ ଚାଷୀ ସାଧୁ ଚରଣ ରାଉତଙ୍କ ୪୦ଟି ମେଣ୍ଡାଙ୍କ ମୃତ୍ୟୁ ହୋଇଯାଇଛି । ମୃତ ମେଣ୍ଡାଗୁଡ଼ିକର ବେଳ ଏବଂ ପେଟରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି। କୌଣସି ଅଜଣା ଜନ୍ତୁ ମେଣ୍ଡାଗୁଡିକର ବେକ ଏବଂ ପେଟକୁ କାମୁଡି ରକ୍ତ ପିଇଥିବା ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି। ଅନ୍ୟପକ୍ଷେ ଗାଁରେ ଅଜଣା ଜନ୍ତୁଙ୍କ ଆତଙ୍କକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି।

Share