Categories: ଫୁରସତ

ଅଜବ ସ୍ଥାପତ୍ୟ

ଦି ଫୋର୍କ

ସୁଇଜରଲାଣ୍ଡର ଭିଭେ ସହରସ୍ଥିତ ଜେନେଭା ହ୍ରଦରେ ରହିଛି ଏକ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ରେ ପ୍ରସ୍ତୁତ ଫୋର୍କର ସ୍ଥାପତ୍ୟ। ଆକାଶରୁ ପାଣି ଭିତରୁ ଖସୁଥିବା ଭଳି ଡିଜାଇନ୍‌ ହୋଇଥିବା ଏହି ଫୋର୍କର ଓଜନ ୯୨୯ ପାଉଣ୍ଡ ହୋଇଥିବା ବେଳେ ଉଚ୍ଚତା ୨୬ ଫୁଟ। ସେଥିପାଇଁ ପୃଥିବୀର ସବୁଠୁ ବଡ଼ ଫୋର୍କ ଭାବେ ଏହା ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସରେ ମଧ୍ୟ ସ୍ଥାନ ପାଇଛି। ତେବେ ପୃଥିବୀର ପ୍ରଥମ ଫୁଡ୍‌ ମ୍ୟୁଜିୟମ୍‌ ଆଲମେଣ୍ଟାରିଅମ୍‌ର ୧୦ମ ବାର୍ଷିକ ଉତ୍ସବ ଅବସରରେ ସ୍ବିସ୍‌ ଆର୍ଟିଷ୍ଟ ଜିନ୍‌ ପିରେ ଜାଉଗ୍‌ ଏହି ଫୋର୍କକୁ ନିର୍ମାଣ କରିଥିଲେ। ଏହା ସେଠାକାର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ପାଲଟିଛି।

ହ୍ୟାଣ୍ଡ ଅଫ୍‌ ଦ ଡେଜର୍ଟ

ଚିଲିସ୍ଥିତ ଆଟାକାମ ମରୁଭୂମିରେ ରହିଛି ଏକ ବିଶାଳ ହାତର କଳାକୃତି। ଏହାକୁ ନିର୍ମାଣ କରିଛନ୍ତି ମ୍ୟାରିଓ ଇରାଜାବାଲ୍‌। ମରୁଭୂମି ଭିତରୁ ବାହାରିଥିବା ପ୍ରାୟ ୩୬ ଫୁଟ ଉଚ୍ଚତା ବିଶିଷ୍ଟ ଏହି ହାତ ଦେଖିବାକୁ ସେଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ।

ହ୍ୟାଙ୍ଗିଙ୍ଗ୍‌ ମ୍ୟାନ୍‌

ଚେକ୍‌ ରିପବ୍ଲିକ୍‌ର ପ୍ରାଗ୍‌ ସହରରେ ଗୋଟିଏ ପୋଲ୍‌ରୁ ଜଣେ ମଣିଷ ଓହଳିଥିବାର ଦେଖିବାକୁ ମିଳେ। ସତ ମଣିଷର ଭ୍ରମ ସୃଷ୍ଟି କରୁଥିବା ଏହି ଷ୍ଟାଚ୍ୟୁ ସେଠାକୁ ଆସୁଥିବା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଚେକ୍‌ ମୂର୍ତ୍ତିକାର ଡେଭିଡ୍‌ କର୍ନି ସମ୍ପୂର୍ଣ୍ଣ ତମ୍ବାରେ ନିର୍ମାଣ କରି ଏହି ମୂର୍ତ୍ତିକୁ ସାଇକୋଆନାଲିସିସ୍‌ର ଜନକ ସିଗ୍‌ମଣ୍ଡ ଫ୍ରଡ୍‌ଙ୍କ ପାଇଁ ସମର୍ପିତ କରିଛନ୍ତି।

Share