Categories: ଜାତୀୟ

୨ ହାତ,୪ ଗୋଡ ସହ ଜନ୍ମ ନେଲା ଅଜବ ଶିଶୁ: ସମସ୍ତେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୧୨।୧୧: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମୁଜାଫରନଗର ବାସିନ୍ଦା ଇରଫାନଙ୍କ ସ୍ତ୍ରୀ ୬ ନଭେମ୍ବରରେ ଏକ ସନ୍ତାନ ଜନ୍ମ ଦେଇଥିଲେ, ଯାହାର ୪ ହାତ, ୪ ଗୋଡ ଏବଂ ୨ଟି ଗୁପ୍ତାଙ୍ଗ ଅଛି। ଏହି ଅସ୍ବାଭାବିକ ଶିଶୁକୁ ଚିକିତ୍ସା ପାଇଁ ମିରୁଟର ଲାଲା ଲଜପତ ରାୟ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁର ପିତା ଇରଫାନ କହିଛନ୍ତି, ନଭେମ୍ବର ୬ ରାତି ପ୍ରାୟ ସାଢେ ୩ଟା ବେଳେ ତାଙ୍କ ସ୍ତ୍ରୀ ଘରେ ପିଲାଟିକୁ ଜନ୍ମ ଦେଇଥିଲେ। ଏହି ଅଜବ ପିଲାକୁ ଦେଖିବା ପରେ ପରିବାର ସଦସ୍ୟ ଡରି ଯାଇଥିଲେ। ପରେ ସେ ପିଲାଟିକୁ ମୁଜାଫରନଗର ଜିଲା ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରମାନେ ଶିଶୁଟିକୁ ମିରୁଟ ମେଡିକାଲ କଲେଜକୁ ପଠାଇଥିଲେ। ଏବେ ଶିଶୁଟି ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛି।

Share