ଓ୍ବାଙ୍ଗ ୟେକୁନ, ଜଣେ ଇଲେକ୍ଟ୍ରିସିଆନ୍। ହେଲେ ସଉକ ତାଙ୍କର ବିଭିନ୍ନ ଜିନିଷକୁ ଗୋଟିକ ଉପରେ ଗୋଟିଏ ସନ୍ତୁଳନ ରକ୍ଷା କରି ଠିଆ କରିବା। ଏମିତିକି ସେ ହାତ ପାହାନ୍ତାରେ ଯାହା ବି ପାଆନ୍ତି ସେଗୁଡିକୁ ସନ୍ତୁଳନ ରକ୍ଷା କରି ସଜାଡି ରଖିବାକୁ ଚେଷ୍ଟା କରନ୍ତି। ତାଙ୍କର ଏଇ କରତବକୁ ଦେଖିଲେ ଜାଦୁ ଦେଖିବା ପରି ମନେ ହେବ। କାରଣ କେହି ଚିନ୍ତା ନ କରିପାରିବା ଭଳି ସେ ଗୋଟିଏ ଛୋଟିଆ ଜିନିଷ ଉପରେ ଏକ ବଡ଼ ଜିନିଷକୁ ବେଶ୍ ଆରାମରେ ସନ୍ତୁଳନ ରକ୍ଷା କରି ରଖିପାରନ୍ତି। ଏଭଳି ରଖିବା ପାଇଁ ତାଙ୍କୁ ଘଣ୍ଟା ଘଣ୍ଟା ସମୟ ଲାଗିବା ସହ ଅସୀମ ଧୈର୍ଯ୍ୟର ବି ଆବଶ୍ୟକତା ପଡେ। ସେ ଏକ କାଚର ବିୟର ବୋତଲ ଉପରେ ଏକ ସିଲେଇ ମେସିନ୍ ଓ ଏକ ବଡ଼ ଗ୍ୟାସ୍ ସିଲିଣ୍ଡର ବି ରଖିପାରନ୍ତି। ୨୦୧୭ରୁ ଓ୍ବାଙ୍ଗ ଏହି ସନ୍ତୁଳନ ରକ୍ଷା କରି ଜିନିଷ ରଖିବା କାମ ଆରମ୍ଭ କରିଥିଲେ। ଆଉ ତାଙ୍କ କାରନାମାର ଭିଡିଓ ସୋସିଆଲ ମିଡିଆରେ ଅପ୍ଲୋଡ ବି କଲେ। ଫଳରେ ଏବେ ସେ ବେଶ୍ ପରିଚିତ ମୁହଁ ପାଲଟିବା ସହ ତାଙ୍କର ମିଲିୟନ ମିଲିୟନ ଫଲୋୟର୍ ଅଛନ୍ତି। ଏଭଳି ସନ୍ତୁଳନ ରକ୍ଷା କରି ରଖିବାବେଳେ ଅନେକ ବିୟର ବୋତଲ ଭାଙ୍ଗି ଥାଏ। ତଥାପି ସେ ଚେଷ୍ଟା ଜାରି ରଖନ୍ତି। ଆଉ ମାଧ୍ୟାକର୍ଷଣ ଶକ୍ତି ବିପରିତ ସନ୍ତୁଳନ ରକ୍ଷା ଜିନିଷ ଉପରେ ଜିନିଷ ରଖିପାରନ୍ତି।