Categories: ଫୁରସତ

ଅଜବ ବିଶ୍ୱାସ: ନିଆଁରେ ନାଚିଲେ ଭଲ ହୋଇଯାଏ ରୋଗ

ମିନ୍ସକ୍‌, ୭।୭: ପୃଥିବୀର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କେତେକ ଅଜବ ବିଶ୍ୱାସ ରହିଥିବାର ଦେଖିବାକୁ ମିଳେ। ବେଲାରୁଷ୍‌ର ଲୋକଙ୍କ ମଧ୍ୟରେ ଏଭଳି ବିଶ୍ୱାସ ରହିଛି। ଏଠାରେ ପ୍ରତିବର୍ଷ ଜୁଲାଇ ୬ ଅବା ୭ରେ ଏକ ଉତ୍ସବ ପାଳିତ ହୋଇଥାଏ। ଉତ୍ସବରେ ଜଳନ୍ତା ନିଆଁରେ ଲୋକେ ନାଚିଥାନ୍ତି। ଏହା ଦ୍ୱାରା ଶରୀରର ସମସ୍ତ ରୋଗ ଦୂର ହୋଇଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି। ଚଳିତ ବର୍ଷ ଜୁଲାଇ ୬ରେ ବେଲାରୁଷ୍‌ ରାଜଧାନୀ ମିନ୍ସକ୍‌ରେ ଏହି ଉତ୍ସବ ପାଳିତ ହୋଇଯାଇଛି। ଶହ ଶହ ଲୋକ ରାତି ସାରା ଉଜାଗର ରହି ନିଆଁରେ ନାଚିଛନ୍ତି। ଏହି ଉତ୍ସବକୁ ସ୍ଥାନୀୟ ଭାଷାରେ କୁପାଲା କୁହାଯାଇଥାଏ। ଏହି ଉତ୍ସବ ଦିନ ରାତିରେ ଶୋଇବାକୁ ବାରଣ କରାଯାଇଥାଏ। ରୋଗମୁକ୍ତ ରହିବା ଲାଗି ଲୋକେ ଗୋଟିଏ ରାତି ଉଜାଗର ରହିଥାନ୍ତି। ଏହି ଉତ୍ସବକୁ ୟୁକ୍ରେନ୍‌, ରୁଷ୍‌ ଏବଂ ପୋଲାଣ୍ଡରେ ମଧ୍ୟ ଅତି ଆନନ୍ଦ ଉତ୍ସାହ ମଧ୍ୟରେ ପାଳନ କରାଯାଇଥାଏ।

Share