ମଦ ନିଶାରେ ତିନି ସାଙ୍ଗ କଥା ହେଉ ହେଉ ଅଜବ ସର୍ତ୍ତ ଲଗାଇଲେ। ଯାହାକୁ ପୂରଣ କରିବା ପାଇଁ ଏକ ଆବେଗରେ ପରିଣତ ହେଲା। ସର୍ତ୍ତ ପୂରଣ କରିବା ପାଇଁ ତିନିଜଣଯାକ ପ୍ରବଳ ଖରାରେ ଯାହା କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ତିନି ସାଙ୍ଗ ଜାଡି ବ୍ରେଗର, ଗୋଲ୍ଡ ଏବଂ ଗେବେ ଦିନେ ମଦ ପାର୍ଟି କରିଥିଲେ। ଯେଉଁଥିରେ ସେମାନେ ଅଜବ ସର୍ତ୍ତ ଲଗାଇଥିଲେ। ଯାହାକୁ ପୂରଣ କରିବା ପାଇଁ ୩ ଜଣ ପ୍ରାୟ ୪୦୦ କିଲୋମିଟର ଦୌଡ଼ିଲେ। ଏହା କରିବା ପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା।
ଏହି ୩ ଜଣ କଥା ହୋଇଥିଲେ ଗ୍ଲୋବ ବୁଲାଇଲେ ଆଉ ଯିଏ ଗ୍ଲୋବର ଯେଉଁ ସ୍ଥାନରେ ହାତ ରଖିବ ସେ ସେପର୍ଯ୍ୟନ୍ତ ଦୌଡ଼ିବ। ସର୍ତ୍ତ ଅନୁଯାୟୀ, ଏମାନଙ୍କୁ ତାଜିକିସ୍ତାନ ଯିବାକୁ ପଡ଼ିଥିଲା। ଯାହା ଆଫଗାନିସ୍ତାନ ସୀମାକୁ ଲାଗିଛି। ଆଶ୍ଚର୍ଯ୍ୟର କଥା ଯେଉଁସ୍ଥାନ କି ଦୁନିଆର ସବୁଠୁ ଉତ୍ତପ୍ତ ଏବଂ ନିର୍ଜନ ସ୍ଥାନ। ଏମାନେ ପାମିର ପର୍ବତରୁ ଯାତ୍ରା ଆରମ୍ଭ କରିଥିଲେ। ଏହି ତିନି ସାଙ୍ଗଙ୍କ ଲମ୍ବ ଦୌଡ଼କୁ ନେଇ ଡକ୍ୟୁମେଣ୍ଟଡ୍ କରାଯାଇଛି। କୁହାଯାଉଛି ମାରାଥନଠାରୁ ବି ଏମାନେ ଅଧିକ ଦୌଡ଼ିଛନ୍ତି। ତିନି ସାଙ୍ଗ ଏବେ ଅଦ୍ଭୁତପୂର୍ବ କାରନାମାକୁ ନେଇ ଚର୍ଚ୍ଚାରେ ରହିଛନ୍ତି।