ଅଜବ ଆହାର

ମାନେକା ଗାନ୍ଧୀ

ଭାରତ ଓ ଆଫ୍ରିକାର ହାତୀମାନେ ଯେତେବେଳେ ସାକ୍ଷାତ ହୁଅନ୍ତି ସେମାନେ ଉଭୟେ ହାତୀ ବୋଲି ଚିହ୍ନାଚିହ୍ନି ହୁଅନ୍ତି, ନିଜର ପରିଚୟକୁ ସ୍ବୀକାର କରିଥାନ୍ତି॥ ଭାରତୀୟ ବାଘ ଓ ସାଇବେରିଆର ବାଘଙ୍କ କ୍ଷେତ୍ରରେ ବି ସେଇଆ ହୁଏ। କିନ୍ତୁ ନ୍ୟୁଜିଲାଣ୍ଡର ଓ୍ବାଇଲ୍ଡ ଲାଇଫ୍‌ ଫେଷ୍ଟିଭାଲରେ ଯେଉଁମାନେ ଅପ୍ରାକୃତିକ ଉପାୟରେ ସଂଗୃହୀତ ଷଣ୍ଢ(ବୁଲ୍‌) ଓ ଘୋଡ଼ାଙ୍କ ତାଜା ସିମେନ ବା ବୀର୍ଯ୍ୟ ପିଇବାକୁ ଯାଆନ୍ତି ସେମାନଙ୍କୁ ମଣିଷ ବୋଲି ମୁଁ ଗ୍ରହଣ କରିପାରେ ନାହିଁ। ଜଣେ ମାଂସାଶୀ ଭାବେ ତୁମେ ପ୍ରାଣୀର ମୁଣ୍ଡ ହେଉ କି କାନ୍ଧ କିମ୍ବା ମଳଦ୍ୱାର ଖାଉଥିଲେ ବି ଏଥିରେ ସାମାନ୍ୟ ପ୍ରଭେଦ ଅଛି ବୋଲି ମୁଁ ମନେକରେ। କିନ୍ତୁ ଆମେରିକାରେ ‘ଟେଷ୍ଟିକଲ ଫେଷ୍ଟିଭାଲ’ ବା ‘ଅଣ୍ଡକୋଷ ଉତ୍ସବ’ ପାଳନ କରୁଥିବା ଲୋକଙ୍କୁ ଲକ୍ଷ୍ୟ କଲେ ଏବେ ବି ଅତି ଅସଭ୍ୟ ଘୃଣିତ ଜଙ୍ଗଲୀ ମଣିଷ ରହିଥିବା ଭଳି ମନେହୁଏ। ଏହି ଉତ୍ସବରେ ପେରୁ ପକ୍ଷୀ, ଘୁଷୁରି, ଷଣ୍ଢ ଓ ମେଣ୍ଢାର ଟେଷ୍ଟିକଲକୁ ଫ୍ରାଏ କରି ପରଷି ଦିଆଯାଏ। ମଧ୍ୟପ୍ରାଚ୍ୟରେ ଅତିଥିମାନଙ୍କ ସମ୍ମାନାର୍ଥେ ଭଜା ଟେଷ୍ଟିକଲ ଓ ଆଖି ଦିଆଯାଏ। ଏ କ୍ଷେତ୍ରରେ ନ୍ୟୁଜିଲାଣ୍ଡବାସୀ ବି ପଛରେ ନାହାନ୍ତି। ସେମାନେ କମ୍‌ ବୟସ୍କ ମେଣ୍ଢାମାନଙ୍କୁ ମୋଟା ଓ ଓଜନଦାର କରିବା ଲାଗି ସେମାନଙ୍କ ଟେଷ୍ଟିକଲ ବାହାର କରିଦିଅନ୍ତି ଓ ତାହାକୁ ଫାର୍ମରେ ସେହି ପଶୁଙ୍କ ସମ୍ମୁଖରେ ଦିନବେଳା ଖାଆନ୍ତି। କାନାଡ଼ା ଓ ଆମେରିକାରେ ଷଣ୍ଢର ଟେଷ୍ଟିକଲରୁ ସ୍ବାଦିଷ୍ଟ ଡିଶ୍‌ ରକି ମାଉଣ୍ଟେନ ଓୟଷ୍ଟର କିମ୍ବା ପ୍ରାଇରି ଓୟଷ୍ଟର ପ୍ରସ୍ତୁତ କରାଯାଉଛି। ସେଗୁଡ଼ିକୁ ଲାଟିନ୍‌ ଆମେରିକା ଓ ସ୍ପେନରେ ହୁଇଭସ ଡେ ଟୋରା(ବୁଲ୍‌ସ ଏଗ୍‌), ଚାଇନାରେ ‘ଅକ୍ସ ଟ୍ରେଜର୍ସ’ ଏବଂ ଗ୍ରୀସ୍‌ରେ ଏ ‘ଅନ୍‌ମେନ୍‌ଶନେବଲସ୍‌’ ବୋଲି କୁହାଯାଏ।
ସ୍କଟ୍‌ଲାଣ୍ଡରେ ଲୋକେ ମୃଗର ଟେଷ୍ଟିକଲ ଖାଇଥାନ୍ତି। ସିରିଆରେ ମେଣ୍ଢାର ଏହି ଅଙ୍ଗକୁ ଭାଜି ଲେମ୍ବୁରସରେ ଖିଆଯାଏ। ଷଣ୍ଢ ଲଢ଼େଇ ସମୟରେ ମୃତ୍ୟୁ ଘଟୁଥିବା ଷଣ୍ଢର ଟେଷ୍ଟିକଲରୁ ବୁଲ୍‌ ଫ୍ରାଏଜ୍‌ ପ୍ରସ୍ତୁତ କରାଯାଏ। ଷଣ୍ଢ ଲଢ଼େଇରେ ବିଜୟୀ ଷଣ୍ଢର ଟେଷ୍ଟିକଲ ଖାଇବା ସାହସିକତା ଓ ପୁରୁଷତ୍ୱ ପ୍ରଦର୍ଶନ କରିବାର ଏକ ବାଟ ବୋଲି ସ୍ପେନ୍‌ ଲୋକେ ଭାବନ୍ତି। ଗୋଲାପି ରଙ୍ଗର ଶିରା ରହିଥିବା ଷଣ୍ଢର ଏହି ଅଙ୍ଗକୁ ଭିଏତ୍‌ନାମରେ ‘ନଗୌପିନ୍‌’ (ଇଲେକ୍ଟ୍ରି ବ୍ୟାଟେରି) କୁହାଯାଏ। ଏହା ବିଶ୍ୱର ସବୁ ସୁପର୍‌ ମାର୍କେଟ୍‌ରେ ଉପଲବ୍ଧ। ଅଧିକାଂଶ କମ୍‌ ବୟସ୍କ ପ୍ରାଣୀମାନଙ୍କଠାରୁ ଏହା ସଂଗ୍ରହ କରାଯାଏ। ବିନା ଆନାସ୍ଥେସିଆରେ ଏହାକୁ କାଟି ଦିଆଯାଏ। ସେମାନଙ୍କୁ ମରାଯିବା ଯାଏ ସେମାନେ ମାସ ମାସ ଏପରି କି ବର୍ଷ ବର୍ଷ ଧରି ଯନ୍ତ୍ରଣା ଭୋଗନ୍ତି। ପ୍ରାଣୀଙ୍କ ଜନନେନ୍ଦ୍ରିୟ ବି ଲୋକଙ୍କ ପ୍ରିୟ। ଷଣ୍ଢର ଜନନେନ୍ଦ୍ରିୟକୁ ଜାମାଇକାରେ କଦଳୀ ସହ ରୋଷେଇ କରି ଏକ ପ୍ରକାର ସ୍ବାଦିଷ୍ଟ ଡିଶ୍‌ ପ୍ରସ୍ତୁତ କରାଯାଇଥାଏ। ଏହାକୁ କାମୋଦ୍ଦୀପକ ବୋଲି ବିଚାର କରାଯାଏ। ଚାଇନା ଓ କୋରିଆ ଲୋକମାନେ ପୁରୁଷତ୍ୱ ବଢ଼ାଇବା ଲାଗି ଏହାକୁ ଖାଇଥାନ୍ତି। ୨୦୦୮ ସମର ଅଲିମ୍ପିକ୍ସରେ ଚାଇନାମାନେ ମୃଗର ଗୁପ୍ତାଙ୍ଗକୁ ସବୁବେଳେ ଚୋବାଇ ଖାଉଥିଲେ। ଏହି ସବୁ ଘଟଣାକୁ ଦେଖିଲେ ମୋର ଆଉ ଏକ କଥା ବି ମନେପଡ଼ିଯାଉଛି। ହଜାର ହଜାର ବର୍ଷ ପୂର୍ବେ ଆଫ୍ରିକାରେ ଏକ ନିର୍ଦ୍ଦିଷ୍ଟ ଜନଜାତି ଖ୍ରୀଷ୍ଟିଆନ୍‌ ପାଦ୍ରୀମାନଙ୍କ ଅଙ୍ଗକୁ ଖାଉଥିଲେ। ପାଦ୍ରୀମାନଙ୍କ ସାଧୁତାକୁ ଗ୍ରହଣ କରିବା ଲାଗି ସେମାନେ ଏହା କରୁଥିଲେ। ଗୁପ୍ତାଙ୍ଗ ଖାଇବା ଦ୍ୱାରା କୌଣସି ସ୍ବାସ୍ଥ୍ୟଗତ ଉପକାର ମିଳେ ବୋଲି କୌଣସି ଡାକ୍ତରୀ ପ୍ରମାଣ ନାହିଁ। କିନ୍ତୁ ତାହାକୁ ଆମେରିକାରେ ପିଜା ଭାବେ ବିକ୍ରି କରାଯାଉଛି। ଖାଦ୍ୟରେ ଖିଆଯାଉଛି। ଏହା କୋଲେଷ୍ଟେରଲ କମ୍‌ କରିବା ସହ ଏଥିରୁ ଅଧିକ ପ୍ରୋଟିନ, ମିନେରାଲ୍ସ ଏବଂ ହର୍ମୋନ ମିଳେ ବୋଲି କୁହାଯାଉଛି।
ଚାଇନାରେ ବହୁତ ଖରାପ ଖାଦ୍ୟ ଖିଆଯାଉଥିବାରୁ ଏହା ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇ ଦେଇଛି। ସେଠାରେ ପ୍ରାଣୀମାନଙ୍କ ଗୁପ୍ତାଙ୍ଗ ଓ ଅଣ୍ଡକୋଷରୁ ଖାଦ୍ୟ ପ୍ରସ୍ତୁତ କରୁଥିବା ସ୍ବତନ୍ତ୍ର ରେସ୍ତୋରାଁ ରହିଛି। ୧୯୬୫ରେ ପ୍ରତିଷ୍ଠିତ ଗୌଲିଜହୁଆଙ୍ଗ ରେସ୍ତୋରାଁ ପ୍ରକାଶ କରେ ଯେ, ମଙ୍ଗୋଲିଆନ ଛେଳି ଗୋଠର ମୁଖ୍ୟ ଛେଳିର ଜନନେନ୍ଦ୍ରିୟକୁ ଖାଇଲେ ମହିଳାମାନେ ବେଶି ସୁନ୍ଦର ଓ ପୁରୁଷମାନେ ଅଧିକ ଶକ୍ତିଶାଳୀ ହୋଇଥାନ୍ତି। ଏହା ମଧ୍ୟ ଘୋଡ଼ା, ଷଣ୍ଢ, କୁକୁଡ଼ା, ଗଧ, କୁକୁର, ମୃଗ, ଛେଳି, ମେଣ୍ଢା ଏବଂ ସାପର ଜନନେନ୍ଦ୍ରିୟ ଉପରେ ବିଜ୍ଞାପନ ଦେଉଛି। ଏହି ସବୁ ଡିଶ୍‌ର କାବି୍ୟକ ନାମକରଣ ବି କରାଯାଇଛିି। ସେଗୁଡ଼ିକ ହେଲା- ‘ଦି ଏସେନ୍ସ ଅଫ୍‌ ଦି ଗୋଲ୍ଡେନ ବୁଦ୍ଧ’, ‘ଫୋନିକ୍ସ ରାଇଜିଂ’, ‘ଜସ୍‌ମିନ ଫ୍ଲାଓ୍ବାର ଓ୍ବିଥ୍‌ ୧୦୦୦ ଲେୟାର’, ‘ଲୁକ୍‌ ଫର୍‌ ଦି ଟ୍ରେଜର ଇନ୍‌ ଦି ଡେଜର୍ଟ ସ୍ୟାଣ୍ଡ୍‌’, ‘ହେଡ୍‌ କ୍ରାଉନ ଓ୍ବିଥ୍‌ ଏ ଜାଡେ ବ୍ରେସ୍‌ଲେଟ’ ଏବଂ ଡ୍ରାଗନ ଇନ୍‌ ଦି ଫ୍ଲେମ୍‌ ଅଫ ଡିଜାଏର’। ଏହି ରେସ୍ତୋରଁା ମୃଗ ମଳ, ମେଣ୍ଢା ଭ୍ରୂଣ ଓ ମୟୂର ପଞ୍ଝାରୁ ପ୍ରସ୍ତୁତ ମଦ ବିକ୍ରି କରୁଛି। ମଣିଷର କାମପ୍ରବୃତ୍ତି ବଢ଼ାଇବା ଲାଗି ଏହି ରେସ୍ତୋରାଁ ସବୁ ମେଲ ପ୍ରାଣୀମାନଙ୍କ ଗୁପ୍ତାଙ୍ଗରୁ ପ୍ରସ୍ତୁତ ଏକ ଡିଶ୍‌ରେ ବିକ୍ରି କରୁଛି। ସେ ଯାହା ହେଉ ପ୍ରତ୍ୟେକ ପ୍ରାଣୀଙ୍କ ଗୁପ୍ତାଙ୍ଗ ଖାଇବା ଦ୍ୱାରା ଏସିଆରେ ଏହି ଛୋଟ ମଣିଷମାନଙ୍କୁ ବା କେତେ ଶକ୍ତି ଯୋଗାଇବ। ପୁରୁଷତ୍ୱ ପ୍ରଦର୍ଶନ କରିବାକୁ ବାଘର ଗୁପ୍ତାଙ୍ଗକୁ ଜଡ଼ିବୁଟି ମିଶ୍ରିତ ପାଣିରେ ଭିଜାଇ ଖାଇବା ଓ ଗଣ୍ଡାର ଶିଙ୍ଗରୁ ପ୍ରସ୍ତୁତ ଡିଶ୍‌ ଉପରେ ଚାଇନା ନିଷେଧ କରିଥିଲେ ବି ସେଠାରେ ଖୋଲାଖୋଲି ଭାବେ ଏହାକୁ ପରଷା ଯାଉଛି।
ସିଲ୍‌ର ଜନନେନ୍ଦ୍ରିୟକୁ ପୂର୍ବ କାନାଡ଼ା ଲୋକେ ଖାଇଥାନ୍ତି। ଏପରି କି କାନାଡ଼ାରେ ସିଲ୍‌ ଜନନେନ୍ଦ୍ରିୟ ମାର୍କେଟ ବୃଦ୍ଧି କରିବା ପାଇଁ ୧,୪୦,୦୦୦ ଗ୍ରେ ସିଲଙ୍କୁ ହତ୍ୟା କରିବାର ଯୋଜନା କରାଯାଇଥିବା ସମ୍ପର୍କରେ ୨୦୧୫ରେ ସେଠାକାର ଫୁର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଘୋଷଣା କରିଥିଲା। କାମୋଦ୍ଦୀପକ ଭାବେ ଏହି ଜନନେନ୍ଦ୍ରିୟକୁ ଶୁଖାଇ ବିକ୍ରି କରାଯାଏ। ସିଲ୍‌ ଗୁପ୍ତାଙ୍ଗ ଓ ଅଣ୍ଡକୋଷରୁ ପ୍ରସ୍ତୁତ ଡାଲିଶେନ ଓରାଲ ଲିକ୍ୟୁଡ଼ି ନାମକ ମଦ ଏସିଆନଙ୍କୁ କାନାଡ଼ା ବିକ୍ରି କରିଥାଏ। ଗାଈ ଓ ଘୁଷୁରିର ଗର୍ଭାଶୟକୁ ଭାଜି ଭିଏତ୍‌ନାମର ମହିଳାମାନେ ଖାଇଥାନ୍ତି। ଜାପାନରେ ଏହାକୁ ସମସ୍ତେ ଖାଆନ୍ତି। ଘୁଷୁରି ଗର୍ଭାଶୟରୁ ପ୍ରସ୍ତୁତ ଡିଶ୍‌କୁ ରଙ୍ଗେରୁ କୁହାଯାଏ। ତାଇଓ୍ବାନର ଗର୍ଭବତୀମାନେ ମୃଗ ଗୁପ୍ତାଙ୍ଗକୁ ଏକ ବଡ଼ ଜାର୍‌ରେ ରଖି ଆଚାର କରି ଖାଇଥାନ୍ତି। ଶିରା ପ୍ରଶିରା ଭର୍ତ୍ତି ହଳଦିଆ ରଙ୍ଗର କୁକୁଡ଼ା ଓଭାରି ବା ଅଣ୍ଡାଶୟକୁ ଏମାନେ ମଧ୍ୟ ଖାଇଥାନ୍ତି। ପ୍ରାଣୀଙ୍କ ଗୁପ୍ତାଙ୍ଗକୁ ଖାଇବା ସହ ସେଥିରୁ ପ୍ରସ୍ତୁତ ପାନୀୟକୁ ମଧ୍ୟ ପିଉଛନ୍ତି। ଆଇସ୍‌ଲାଣ୍ଡରେ ସ୍ମୋକିଂ ହ୍ବେଲ୍‌ ଓ ମେଣ୍ଢା ମଳରୁ ପ୍ରସ୍ତୁତ ପାନୀୟ ହେଭାଲୁର ବିକ୍ରି କରାଯାଏ। ଏହି ହ୍ବେଲ ଏବେ ଲୋପ ପାଇବାକୁ ବସିଛି ଏବଂ ଏହାକୁ ମାରିବା ବେଆଇନ। ଆମେରିକାରେ ଷଣ୍ଢ ଅଣ୍ଡକୋଷରୁ ଏକ ପ୍ରକାର ବିୟର ତିଆରି କରାଯାଏ। ସେକ୍ସ ଅର୍ଗାନ ଶୁପ୍‌ ହଂକଂରେ ଭାରି ଲୋକପ୍ରିୟ। ଏହାକୁ ଅଣ୍ଡକୋଷ ଓ ଏହାର ଥଳୀ, ଗୁପ୍ତାଙ୍ଗରୁ ପ୍ରସ୍ତୁତ କରାଯାଏ। ମାଲେସିୟାରେ ବି ଷଣ୍ଢ ଗୁପ୍ତାଙ୍ଗରୁ ଡିକ୍‌ ଶୁପ୍‌ ପ୍ରସ୍ତୁତ କରାଯାଉଛି।
କେତେ ଭୟଙ୍କର ଜୀବ ଆମେ। ଏହା ଉପରେ ଅନୁଧ୍ୟାନ କରି ଏହି ଲେଖା ଖଣ୍ଡେ ପ୍ରସ୍ତୁତ କରିବା ମୋତେ ଭୀଷଣ ଆଘାତ ଦେଇଛି। ପୃଥିବୀର ଭବିଷ୍ୟତକୁ ନେଇ ମୁଁ ନୈରାଶ୍ୟ ଅନୁଭବ କରିଛି। କିନ୍ତୁ ଜଣେ ମାଂସାଶୀ ପାଇଁ ଏହା ବଡ କଥା ନୁହେଁ। ଯଦି ତୁମେ କଟାଯାଉଥିବା ପ୍ରାଣୀଙ୍କ ଅନ୍ୟ ଅଙ୍ଗକୁ ଖାଇବ ତେବେ ଏହାର ଜନନେନ୍ଦ୍ରିୟ ଖାଇବାରେ ସେମିତି କିଛି ଅସୁବିଧା ରହିବ ନାହିଁ। କିନ୍ତୁ ସମୟ ଆସିବ ପ୍ରାଣୀଙ୍କ ପରେ ମଣିଷର ପାଳି ପଡ଼ିପାରେ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri