Categories: ଫୁରସତ

ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଓ୍ବେଟର ଯେତେଥର ଆସିବେ ସେତେ ବିଲ୍‌ ବଢ଼ିବ

ଦୁନିଆରେ ଅନେକ ରେଷ୍ଟୁରାଣ୍ଟ ରହିଛି। ସବୁ ରେଷ୍ଟୁରାଣ୍ଟର ନୀତି ନିୟମ ଅଲଗା। କିନ୍ତୁ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ଓ୍ବେଟର ଯେତିକିଥର ଆପଣଙ୍କ ନିକଟକୁ ଆସିବେ ସେତିକି ବିଲ୍‌ ବଢ଼ିଯିବ। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ସ୍ପେନରେ ଏମିତି ରେଷ୍ଟୁରାଣ୍ଟ ରହିଛି।

ସ୍ପେନର ଉତ୍ତର-ପଶ୍ଚିମ ‘ଦ ଇମ୍ପରିଆଲ’ ନାମକ ଏକ ରେଷ୍ଟୁରାଣ୍ଟ ଏବଂ ବାର୍‌ ଅଛି। ଯେଉଁଠାରେ ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ଯାଆନ୍ତି ତାଙ୍କୁ ଖାଦ୍ୟଠାରୁ ଅଧିକ ବିଲ୍‌ ଦେବାକୁ ପଡ଼ିବ। ଲୋକମାନେ ଜାଣନ୍ତି ନାହିଁ ଯେ, ଯଦି ସେମାନେ ସାଧାରଣ ରେଷ୍ଟୁରାଣ୍ଟ ପରି ଓ୍ବେଟରଙ୍କୁ ଡାକି ଅର୍ଡର କରନ୍ତି କିମ୍ବା ସାହାଯ୍ୟ ପାଇଁ ତାଙ୍କୁ ବାରମ୍ବାର ଡାକନ୍ତି, ତେବେ ଏହା ସେମାନଙ୍କ ବିଲ୍‌ ବୃଦ୍ଧି କରିବ।

ଏକ ରିପୋର୍ଟ ଅନୁଯାୟୀ, ଗେଲି ହର୍ମୋସୋ ନାମକ ଜଣେ ଗ୍ରାହକ ଏଠାରେ ଏହି ନିୟମ ଜାଣି ନ ଥିଲେ। ସେ କିଛି ପାନୀୟ ପିଇବା ପରେ ଯେତେବେଳେ ତାଙ୍କ ବିଲ୍‌ ଆସିଲା ସେତେବେଳେ ସେ ଚାର୍ଜ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ବିଲ୍‌ରେ, ଓ୍ବେଟରଙ୍କ ପ୍ରତ୍ୟେକ ଯିବା ଆସିବା ପାଇଁ ୨୦ ପ୍ରତିଶତ ଚାର୍ଜ ଯୋଡ଼ା ଯାଇଥିଲା। ସେ ୱେଟରଙ୍କୁ ଟେବୁଲକୁ କେତେଥର ଡାକିଥିଲେ, କିଛି ବାସନ ଦେବା କିମ୍ବା ନେବା କିମ୍ବା ଅନ୍ୟ କିଛି ମାଗିବା ପାଇଁ  ଅତିରିକ୍ତ ଚାର୍ଜ ଯୋଡ଼ାଯାଇଛି।

Share