Categories: ଫୁରସତ

ଅଜବ ଚୋର

ଚୋରିର ଏକ ଅଜବ ଘଟଣା ନିକଟରେ ଦେଖିବାକୁ ମିଳିଛି। ପେରୁରେ ତିନିଜଣ ଚୋର ଏକ ଶୋ’ରୁମ୍‌ରେ ରାତି ସାଢେ ତିନିଟାରେ ଲକ୍‌ ଭାଙ୍ଗି ପଶିଲେ। ଆଉ ବ୍ରାଣ୍ଡେଡ୍‌ ଜୋତାର ୨୦୦ରୁ ଉର୍ଦ୍ଧ୍ୱ ବାକ୍ସ ଉଠେଇ ନେଇଗଲେ। ସେହି ବାକ୍ସରେ ଭିନ୍ନ ଭିନ୍ନ ନାମୀ ଦାମୀ ବ୍ରାଣ୍ଡର ଜୋତା ଥିଲା। ଯାହାର ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଥିଲା। ହେଲେ ପରେ ଚୋରମାନେ ଜାଣିବାକୁ ପାଇଲେ ସେସବୁ ବାକ୍ସରେ ଗୋଟିଏ ଗୋଡର ହିଁ ଜୋତା ଥିଲା। ଯାହାକି କୌଣସି କାମର ନୁହେଁ। ଏମିତିରେ ଦୋକାନୀ ତ କ୍ଷତିରେ ପଡିଲେ। ତା’ସହ ଚୋରମାନଙ୍କ ପରିଶ୍ରମ ବି ବୃଥା ଗଲା।

Share