Categories: ଫୁରସତ

ଅଜବ କାରିଗରି

ଏଇ କଫି କପ୍‌କୁ ଦେଖି ଇଚ୍ଛା ହେଉଥିବ ପିଇବାକୁ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏଇ କପ୍‌ କି ତା’ ଭିତରେ ଥିବା କଫି ଅସଲି ନୁହେଁ। ବରଂ ଏହା ଜଣେ କାରିଗରଙ୍କ କଳାକୃତି। ସତସତିକା କଫି ପରି ଲାଗୁଥିବା ଏହି କଳାକୃତିକୁ ଜାପାନର କାଠ କାରିଗର କିବୋରି ନୋ କୋନା ତିଆରି କରିଛନ୍ତି। ଅର୍ଥାତ୍‌ ଏହା କାଠର ଏକ କଳାକୃତି। ଧଳା କପ୍‌ରେ ଗରମ ଗରମ କଫିର ଏହି କଳାକୃତି ଏତେ ବାସ୍ତବ ଲାଗେ ଯେ ପ୍ରଥମ ନଜରରେ ଯେକେହି ଏହାକୁ ସତସତିକା ମନେକରିବେ। ହେଲେ ସେ ଏହାକୁ କାଠରେ ଖୋଦେଇ କରି ତିଆରି କରିଛନ୍ତି। ଆଉ କଫିର ଫେଣକୁ ସେ ହ୍ୟାଣ୍ଡ ଡ୍ରିଲ୍‌ ସାହାଯ୍ୟରେ ପ୍ରସ୍ତୁତ କରିଛନ୍ତି। ପରେ ଏଥିରେ ସେ ପେଣ୍ଟ, ବାର୍ଣ୍ଣିସ୍‌ର ବ୍ୟବହାର କରିଛନ୍ତି। ଏହାକୁ ତିଆରି କରିବାକୁ କିବୋରିଙ୍କୁ ୧୨ ଘଣ୍ଟା ସମୟ ଲାଗିଥିଲା।

Share