ଆନନ୍ଦପୁର,୧୫।୭ : କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଜଗନ୍ନାଥପୁର ଗ୍ରାମର ବିଶ୍ୱଜିତ୍ ପ୍ରଧାନଙ୍କ ସ୍ତ୍ରୀ ମୋନାଲିସା ଗତ ମଙ୍ଗଳବାର ନିଜ ୫ ବର୍ଷର ଶିଶୁ ପୁତ୍ରକୁ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ମୋନାଲିସାଙ୍କୁ ପ୍ରଥମେ ଆନନ୍ଦପୁର ଚିକିତ୍ସାଳୟ ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ନେଇଥିଲେ। ଚିକିତ୍ସାଧୀନ ଅବସ୍ଥା ମୋନାଲିସାଙ୍କର ଘଟିଥିବା ସୂଚନା ଦେଇଛନ୍ତି ପରିବାର ଲୋକେ। ନନ୍ଦିପଦା ପୋଲିସ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ମଦନ ମୋହନ ନାୟକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପାରିବାରିକ ଗଣ୍ଡଗୋଳକୁ ନେଇ ସ୍ବାମୀଙ୍କ ଅନୁପସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା।