Advertisement

ରଣନୈତିକ ନିବେଶ ପୋର୍ଟଫୋଲିଓକୁ ଉନ୍ନତ କରିବ

ନୂଆଦିଲ୍ଲୀ,୮।୧ (ଅଭୟ ଦାଶ): ନୁଭୋକୋ ଭିସ୍ତାସ୍‌ କର୍ପୋରେଶନ ଲିମିଟେଡ(ଏନ୍‌ଭିସିଏଲ)କୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏପରିକି କମ୍ପାନୀ ଭଦ୍‌ରାଜ ସିମେଣ୍ଟ ଲିମିଟେଡ (ଭିସିଏଲ୍‌)ର ଏସ୍‌ଆର୍‌ଏ ଭାବେ ଉଭା ହୋଇଛି। ଯାହା ବର୍ତ୍ତମାନ କର୍ପୋରେଟ ଇନ୍‌ସଲ୍‌ଭେନ୍ସି ରିଜୋଲ୍ୟୁଶନ ପ୍ରୋସେସର ସମ୍ମୁଖୀନ ହେଉଛି। ଅପରପକ୍ଷରେ ନୁଭୋକୋ ପକ୍ଷରୁ ଦାଖଲ କରାଯାଇଥିବା ରିଜୋଲ୍ୟୁଶନ ପ୍ଲାନକୁ କମିଟି ଅଫ୍‌ କ୍ରେଡିଟର୍ସ (ସିଓସି) ଦ୍ୱାରା ଅନୁମୋଦନ କରାଯାଇଛି ଏବଂ ଏକ ଲେଟର ଅଫ୍‌ ଇଣ୍ଟେଟ (ଏଲ୍‌ଓଆଇ) ଜାରି କରାଯାଇଛି। ସେହିଭଳି ଏହି କାରବାରକୁ ନୁଭୋକୋ ଭିସ୍ତାସ କର୍ପୋରେଶନ ଲିମିଟେଡର ଏକ ନିଜସ୍ବ ସହାୟକ ସଂସ୍ଥା ବନ୍ୟା କର୍ପୋରେଶନ ପ୍ରାଇଭେଟ ଲିମିଟେଡ ଦ୍ୱାରା କାର୍ଯ୍ୟକାରୀ କରାଯିବ। ଏପରିକି ନୁଭୋକୋ ଏହାର ମୋଟ ଋଣ ସ୍ତରରେ ଅଧିକ ବୃଦ୍ଧି ବିନା ଏହି ପାଣ୍ଠି ପ୍ରଦାନ କରିବାକୁ ଚାହୁଁଛି। ଫଳରେ ସମ୍ପତ୍ତିଗୁଡିକର ନବୀକରଣ ଦିଗରେ ଏବଂ ଭିସିଏଲ୍‌ ପ୍ଲାଣ୍ଟଗୁଡିକରେ ପରିଚାଳନାଗତ ସୁଧାରଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ୧୫ମାସରେ ପର୍ଯ୍ୟାୟକ୍ରମେ ଏହି ନିବେଶ କରାଯିବ। ରିଜୋଲ୍ୟୁଶନ ପ୍ଲାନ ପାଇଁ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବୁନାଲ (ଏନ୍‌ସିଏଲ୍‌ଟି) ଅନୁମୋଦନ ଅନୁଯାୟୀ ଉପତ୍ାଦନ ଆରମ୍ଭ କରିବାର ଆନୁମାନିକ ସମୟ ୨୦୨୬-୨୭ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ରହିଛି।
ଏ ସମ୍ପର୍କରେ ନୁଭୋକୋ ଭିସ୍ତାସ୍‌ କର୍ପୋରେଶନ ଲିମିଟେଡର ଏମଡି ଜୟକୁମାର କ୍ରିଷ୍ଣାସ୍ବାମୀ କହିଛନ୍ତି , ଏହି ଚୁକ୍ତି ନୁଭୋକୋର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହୋଇଥିଲାବେଳେ ଭାରତୀୟ ସିମେଣ୍ଟ ଶିଳ୍ପରେ ୫ମ ସର୍ବବୃହତ କମ୍ପାନୀ ଭାବେ ଆମର ସ୍ଥିତିକୁ ସୁଦୃଢ କରୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel