ନୂଆଦିଲ୍ଲୀ,୨୦।୫: ଭାଜପାକୁ ଆସନ୍ତା ୨୫ ବର୍ଷ ପାଇଁ ରଣନୀତି ଏବେ ଠାରୁ ପ୍ରସ୍ତୁତ କରିବାକୁ ପଡ଼ିବ। ଏ ନେଇ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଜୟପୁରଠାରେ ଭାଜପାରର ଜାତୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,ପ୍ରକୃତ ହିତାଧିକାରୀମାନେ ଯେମିତି ସରକାରଙ୍କ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ନ ହେବେ, ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ। ଚଳିତ ମାସରେ ଏନଡିଏ ସରକାରଙ୍କୁ ୮ ବର୍ଷ ପୂରିବ। ଏହି ୮ ବର୍ଷ ମଧ୍ୟରେ ଆମେ ପ୍ରତିଶ୍ରୁତିବଦ୍ଧ ହୋଇ ସେବା କରିଛୁ। ଉତ୍ତର ଶାସନ ଓ ଗରିବଙ୍କ କଲ୍ୟାଣ ପାଇଁ ଏହି ୮ ବର୍ଷ ମଧ୍ୟରେ ଅନେକ କିଛି କରାଯାଇଛି। ଚାଷୀ, ଶ୍ରମିକ ଓ ମଧ୍ୟବିତ୍ତଙ୍କ ଆଶା ୮ ବର୍ଷ ମଧ୍ୟରେ ପୂରଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।