Advertisement

କୋଟିଆର ୧୦୦ ଏକର ଜମିରେ ଷ୍ଟ୍ରବେରି ଚାଷ

କୋରାପୁଟ,୬ା୪(ସ୍ବ.ପ୍ର.): କୋରାପୁଟ ଜିଲାର କୋଟିଆ ପଞ୍ଚାୟତ ଅଞ୍ଚଳରେ ଏବେ ୨୦ ଏକର ଜମିରେ ଷ୍ଟ୍ରବେରି ଚାଷ କରାଯାଉଛି। ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯାଇ ୧୦୦ ଏକର ଜମିରେ ଷ୍ଟ୍ରବେରି ଚାଷ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ପିଏ ଆଇଟିଡିଏ କାରୁ ସୋରେନ କହିଛନ୍ତି। ଏଥିପାଇଁ କୋଟିଆ ପଞ୍ଚାୟତର ରଣସିଂ, ଗଞ୍ଜେଇପଦର, ପନିକି ଆଦି ୧୦ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ଏହି ଗ୍ରାମରେ ଥିବା ୧୦୦ ଏକର ଜମିରେ ଷ୍ଟ୍ରବେରି ଚାଷ ହେବ। ଏହି ଚାଷ ପାଇଁ ଆବଶ୍ୟକ ଅନୁଦାନ ଜିଲା ପ୍ରଶାସନ ଯୋଗାଇ ଦେବ। ଏ ନେଇ ବୁଧବାର ପିଏ ଆଇଟିଡିଏ ସୋରେନ ଓ ବିଭାଗୀୟ ଅଧିକାରୀମାନେ କୋଟିଆ ପରିଦର୍ଶନ କରିଛନ୍ତି। ଗତ ମାସରେ ତତ୍କାଳିନ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲାର କୋଟିଆ ଅଞ୍ଚଳ ପରିଦର୍ଶନ କରି ଏଠାରେ ଉପତ୍ାଦିତ ଷ୍ଟବେରିର ଗୁଣାତ୍ମକମାନ ରହିଥିବା ପ୍ରକାଶ କରିଥିଲେ। ଆଗାମୀ ଦିନରେ ଏହି ଚାଷକୁ ଅଧିକ କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ସେ କହିଥିଲେ ା
କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ଥିବା କୋଟିଆ ପଞ୍ଚାୟତ ଅଞ୍ଚଳରେ ଥଣ୍ଡା ଜଳବାୟୁ ଓ ପରିବେଶକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଗତ ଦୁଇ ବର୍ଷ ହେବ ଆଇଟିଡିଏ ଦ୍ୱାରା ଷ୍ଟବେରି ଚାଷ ଆରମ୍ଭ କରିଛି। ଚଳିତବର୍ଷ ମଧ୍ୟ ଉକ୍ତ ଅଞ୍ଚଳରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ପ୍ରାୟ ୨୦ ଏକର ଜମିରେ ଷ୍ଟବେରି ଚାଷ କରାଯାଇଛି ା ଏବେ ଆଇଟିଡିଏର ମିଶନ ଜିବିକା ପ୍ରକଳ୍ପ ଦ୍ୱାରା କୋଟିଆର ଜାନିଗୁଡା ଗ୍ରାମର ୩ ଏକର ଜମି, ଫାଟୁସିନେରୀ ଗ୍ରାମର ୯ ଏକର ଜମି ଓ ନୂଆଗଁା ପଞ୍ଚାୟତର ଗାଲିଗାବଦର ଗ୍ରାମରେ ୮ ଏକର ଜମିରେ ଏହି ଷ୍ଟବେରି ଚାଷ କରାଯାଉଛି ା ଜୈବିକ ପ୍ରଣାଳୀରେ କରାଯାଉଥିବା ଏହି କୋଟିଆ ଷ୍ଟ୍ରବେରିର ଦାମ୍‌ କେଜି ପ୍ରତି ୫ ଶହ ଟଙ୍କା ରହିଛି। ପ୍ରତି ୨ ଶହ ଗ୍ରାମକୁ ନେଇ ହୋଇଥିବା ପ୍ୟାକେଟ୍‌ର ମୂଲ୍ୟ ଶହେ ଟଙ୍କା ରଖାଯାଇଛି ା ଏହାର ବିକ୍ରି ନେଇ କୃଷି ପରାମର୍ଶଦାତା ଶିବ ବେହେରା ଓ ଯାନ୍ତ୍ରିକ ପରାମର୍ଶଦାତା ସତ୍ୟ ମହାନ୍ତି ସହଯୋଗ କରୁଛନ୍ତି। କେବଳ ଓଡ଼ିଶା ନୁହେଁ ଏହାର ଗୁଣାତ୍ମକମାନ ଯୋଗୁ ଆନ୍ଧ୍ରରେ ମଧ୍ୟ କୋଟିଆ ଷ୍ଟବେରିର ବେଶ ଚାହିଦା ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share