ଶୃଙ୍ଖଳିତ, ସୌନ୍ଦର୍ଯ୍ୟକରଣ ହେବ ଆନନ୍ଦ ବଜାର

ପୁରୀ, ୧୪ା୯(ଅଜିତ ମହାନ୍ତି)ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୁଧବାର ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆନନ୍ଦବଜାର ଶୃଙ୍ଖଳା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। ତେବେ ବୈଠକରେ ଭକ୍ତଙ୍କ ପାଇଁ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ କିମ୍ବା ମାଗଣା ମହାପ୍ରସାଦ ବଣ୍ଟନ ନେଇ କୌଣସି ନିଷ୍ପତ୍ତିି ହୋଇ ନ ଥିବା ଜଣାପଡ଼ିଛି। ଅପରପକ୍ଷରେ ଆନନ୍ଦ ବଜାରରେ ଅଣସୁଆରଙ୍କୁ ଚିହ୍ନଟକରି ବାହାର କରିଦିଆଯାଇଥିବା ବୈଠକରେ ସୂଚନା ଦିଆଯାଇଥିବା କୁହାଯାଇଛି। କେବଳ ସୁଆର ମହାସୁଆରଙ୍କୁ ସହାୟତା କରିବା ପାଇଁ ୨ ଜଣ ସହାୟକ ନିୟୋଜିତ ରହିବେ। ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ, ସଫେଇ ଓ ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦେବା, ଜରି କାଢ଼ି ଶେଡ୍‌ର ବ୍ୟବସ୍ଥା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ସେହିପରି ଭଲ ଘିଅ ଅର୍ଥାତ୍‌ ଓମ୍‌ଫେଡ୍‌ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ବୈଠକରେ ଆଲୋଚନା ହୋଇଛି। ଏଥିସହିତ ଆନନ୍ଦ ବଜାରରେ ଥିବା ଦୁଇଟି ଖଜା ଦୋକାନ ଭାଙ୍ଗି ରାସ୍ତା ବ୍ୟବସ୍ଥା ହେବ। ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଅଣସୁପକାର ଓ ଅଣସେବାୟତଙ୍କ ଆନନ୍ଦବଜାର ପ୍ରବେଶ ଉପରେ ରୋକ ଲଗାଯାଇଛି।

ବୈଠକ ସମ୍ପର୍କରେ ସୂଚନା ଦେଇ ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ବୈଠକରେ ଶ୍ରୀମନ୍ଦିର ସୁଆର ମହାସୁଆର ପକ୍ଷରୁ ଆନନ୍ଦବଜାର ଶୃଙ୍ଖଳା ନେଇ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯାଇଥିବା ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ଆନନ୍ଦବଜାର ପରିସରରେ ଥିବା ମହାପ୍ରସାଦ ବିକ୍ରୟ ଦୋକାନ ଘର, ଖଜା ଦୋକାନ ଆଦି ଘରଗୁଡ଼ିକୁ ଗୋଟିଏ ସ୍ଥାନରେ ରଖାଯିବାକୁ ଆଲୋଚନା ହୋଇଥିଲେ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇନାହିଁ। ପରେ ଏକ କମିଟି କରାଯାଇ ଏନେଇ ଆଲୋଚନା କରାଯିବ। ସେଥିରେ ଯେଉଁ ନିଷ୍ପତ୍ତି ହେବ ତାକୁ ମୁଖ୍ୟ ପ୍ରଶାସକଙ୍କୁ ଜଣାଯିବ। ତା’ପରେ ଯାଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ। ମହାପ୍ରସାଦ ଭଲ ଘିଅ ଓମ୍‌ଫେଡରେ ପ୍ରସ୍ତୁତ କରାଯିବା ନେଇ ଆଲୋଚନା କରାଯାଇଛି। ଅପରପକ୍ଷରେ ଭକ୍ତମାନେ ଭଲ ପାଣି ପାଇପାରୁ ନାହାନ୍ତି, ତେଣୁ ଭକ୍ତମାନଙ୍କ ସୁବିଧା ପାଇଁ ଭଲ ପାନୀୟ ଜଳର ବ୍ୟବସ୍ଥା କରିବା ନେଇ ବୈଠକରେ ଆଲୋଚନା କରାଯାଇଛି। ସେହିପରି ଆନନ୍ଦବଜାର ସୈାନ୍ଦର୍ଯ୍ୟକରଣ ପାଇଁ ସେଡ୍‌ ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଛି। ଜରି ପାଲଗୁଡ଼ିକ କଢ଼ାଯାଇ ସେଡ୍‌ର ବ୍ୟବସ୍ଥା କରାଯିବ। ଭକ୍ତମାନେ ଯେପରି ଭଲ ଭାବରେ ମହାପ୍ରସାଦ ପାଇବା ସହ ଖାଇପାରିବେ ଏବଂ ଏଥିରେ ଭକ୍ତମାନଙ୍କୁ ସହଯୋଗ ପାଇଁ ୬ ଜଣଙ୍କ ନିଯୁକ୍ତି କରାଯିବା ଉପରେ ଆଲୋଚନା କରାଯାଇଛି। ତେବେ ମହାପ୍ରସାଦ ଦର ଚାର୍ଟ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ କି ବୈଠକରେ ଏସମ୍ପର୍କରେ କୌଣସି ଆଲୋଚନା କରାଯାଇ ନ ଥିବା ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି। ସେହିପରି ନିଯୋଗର ସଭାପତି ପଦ୍ମନାଭ ମହାସୁଆର ମହାପ୍ରସାଦ ଦର ତାଲିକା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବୈଠକରେ ମହାପ୍ରସାଦ ରେଟ୍‌ ଚାଟ୍‌ ସମ୍ପର୍କରେ ସେପରି କୋଣସି ଆଲୋଚନା କରାଯାଇ ନାହିଁ କି ନିଷ୍ପତ୍ତି ହୋଇନାହିଁ। ତେବେ କିଛି ଦିନ ପୂର୍ବରୁ ନିଯୋଗର କିଛି ସଦସ୍ୟ ବସି ମହାପ୍ରସାଦ ରେଟ ସମ୍ପର୍କରେ ଆଲୋଚନା କରିଥିବା ସମ୍ପର୍କରେ ଗଣମାଧ୍ୟମରେ ଯେଉଁ ତଥ୍ୟ ପ୍ରକାଶ ପାଇଥିଲା ସେସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ତେବେ ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରାଯିବା ପରେ ଯାହା ନିଷ୍ପତ୍ତି ନିଆଯିବ।

ସେହିପରି ସ୍ବତ୍ତ୍ୱଲିପି ଅନୁଯାୟୀ କେବଳ ସୁଆର ମହାସୁଆର ସେବାୟତମାନେ ମହାପ୍ରସାଦ ବିକ୍ରି କରିବେ।ଅଣସେବାୟତମାନଙ୍କୁ କଢ଼ାଯାଇଛି। ଆନନ୍ଦ ବଜାରରେ ସେଡ ନିର୍ମାଣ ପାଇଁ ଆଲୋଚନା କରାଯାଇଛି। ଲୋକମାନେ ଯେପରି ବସି ମହାପ୍ରସାଦ ସେବନ କରିପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଛି। ସିସିଟିଭି କ୍ୟାମେରା ଲଗାଯିବ। ଶ୍ରୀମନ୍ଦିର ପରିସରରେ ଭକ୍ତଙ୍କ ଗହଳି ହେଉଥିବାରୁ ବାଇଶି ପାହାଚ ପଟେ ଆନନ୍ଦବଜାରକୁ ଥିବା ଦ୍ୱାରକୁ ପ୍ରଥମ ଭୋଗ ମଣ୍ଡପ ଏବଂ ଦ୍ୱିତୀୟ ଭୋଗ ମଣ୍ଡପ ସମୟରେ ୧ ଘଣ୍ଟା ଖୋଲିବା ନେଇ ପ୍ରସ୍ତାବ ଦିଆଯାଇଛି। ସେହିପରି ସ୍ବଚ୍ଛତା, ପାନୀୟ ଜଳ ବ୍ୟବସ୍ଥା ସହ ଭକ୍ତଙ୍କ ପାଇଁ ବିଭିନ୍ନ ସୁବିଧା ନିମନ୍ତେ ବ୍ୟବସ୍ଥା କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିବା ପଦ୍ମନାଭ ମହାସୁଆର କହିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନୀତି ପ୍ରଶାସନ ଜିତେନ୍ଦ୍ର ସାହୁ, ପରିଚାଳନା କମିଟି ସଦସ୍ୟଙ୍କ ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ଶୁଣିଲା ନାହିଁ ପ୍ରଶାସନ, ରାସ୍ତା ମରାମତି କଲେ ଗାଁ ଯୁବକ

କେନ୍ଦୁଝର,୨୨।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଟୁଣୀଆଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦିନକୁ ଦିନ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ପୁଣି ଲଜ୍ଜା: ମାର୍କେଟ୍‌ ଆସିଥିବା ବେଳେ ସାନଭଉଣୀଙ୍କୁ ଗଣବଳାତ୍କାର, ବଡ଼ ଭଉଣୀଙ୍କୁ ଅସଦାଚରଣ

ରାଉରକେଲା,୨୨ା୯: ସୁନ୍ଦରଗଡ଼ ଜିଲା ରାଉରକେଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। ସାନଭଉଣୀକୁ ଗଣବଳାତ୍କାର କରାଯାଇଥିବାବେଳେ ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ବଳାତ୍କାରର...

ଚରମ ନିଷ୍ପତ୍ତି : ଜାଗା ପାଇଁ ଦେହରେ ପେଟ୍ରୋଲ ଢାଳି ନିଜୁକ ଜାଳିଲେ

ନୀଳଗିରି,୨୨।୯(ପ୍ରଶାନ୍ତ କୁମାର ବିଶ୍ବାଳ): ଜିଲାପରିଷଦ ପାଣ୍ଠିରୁ ଗାଁ ଲୋକେ ନିର୍ମାଣ କରୁଥିଲେ କଂକ୍ରିଟ ରାସ୍ତା। ହେଲେ ଏହି ରାସ୍ତାକୁ ନିଜ ଜାଗା କହି ରାସ୍ତା ନିର୍ମାଣକୁ...

୫ ଦିନ ହେଲା ନାହିଁ ନେଟୱାର୍କ, ପାଇପ କାମ ଚାଲିଥିବା ବେଳେ କାର୍ଯ୍ୟ ବନ୍ଦ କଲେ ଲୋକେ

ଦାରିଙ୍ଗବାଡି, ୨୨।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ଗତ ୫ ଦିନ ହେଲା ନେଟୱାର୍କ ଅଚଳ ହୋଇପଡିଛି ।...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

ନଦୀ ପାର୍‌ ହେଉଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ବୃଦ୍ଧ, ଆଜି ମିଳିଲା ମୃତଦେହ

ତୁମୁଡ଼ିବନ୍ଧ,୨୨ା୯(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର କାଣ୍ଡାମ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ନଦୀରେ ଭାସିଯାଇ ଜଣେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri