ଆସନ୍ତା ବର୍ଷ ରିଲିଜ ହେବ ‘ସ୍ତ୍ରୀ ୨’

ମୁମ୍ବାଇ: କମେଡି-ହରର ମୁଭି ‘ସ୍ତ୍ରୀ’କୁ ଦର୍ଶକେ ଖୁବ ପସନ୍ଦ କରିଥିଲେ। ଏଥିରେ ଶ୍ରଦ୍ଧା କପୁର, ରାଜକୁମାର ରାଓ ଓ ପଙ୍କଜ ତ୍ରିପାଠୀଙ୍କ ଜବରଦସ୍ତ ଅଭିନୟ ଦର୍ଶକଙ୍କୁ ବହୁତ ଇମ୍ପ୍ରେସ କରିଥିଲା। ଭୟ ସହ ମୁଭିରେ କମେଡିର ଡୋଜ ବି ଥିଲା। ମୁଭି ‘ଭେଡିୟା’ର ରିଲିଜ ସହ ଏହା ବି ସ୍ପଷ୍ଟ ହୋଇଯାଇଥିଲା କି ‘ସ୍ତ୍ରୀ’ର ସିକ୍ୱେଲ ବି ପ୍ରସ୍ତୁତ କରାଯିବ। ଏହି ଖବର ଶୁଣିବା କରେ ଫ୍ୟାନ୍ସ ଖୁବ ଖୁସି ହୋଇଯାଇଥିଲେ।
ଏବେ ‘ସ୍ତ୍ରୀ ୨’ର ରିଲିଜ ଡେଟ ବି ଘୋଷଣା କରାଯାଇଛି। ବଲିଉଡ ଅଭିନେତା ରାଜକୁମାର ରାଓ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ରାଜକୁମାରଙ୍କ ସହ ପଙ୍କଜ ତ୍ରିପାଠି, ଶ୍ରଦ୍ଧା କପୁର ଓ ଅପାରଶକ୍ତି ଖୁରାନା ବି ନଜର ଆସିଛନ୍ତି। ବଡ ଖାସ ଅନ୍ଦାଜ ସହ ମୁଭିର ରିଲିଜ ଡେଟ ଘୋଷଣା କରାଯାଇଛି। ଭିଡିଓରେ ଦେଖିବାକୁ ମିଳିଛି, ରାଜକୁରମାରଙ୍କୁ ଜଣେ ସ୍ତ୍ରୀ ନଜର ଆସୁଛନ୍ତି, ଯାହାକୁ ଦେଖି ସେ ଘାବରେଇ ଯାଉଛନ୍ତି।
ଅଭିନେତା ସ୍ତ୍ରୀ ଆଡକୁ ବଢୁଛନ୍ତି, ହେଲେ ସେ ଗାୟବ ହୋଇଯାଉଛି। ପୁଣି ପଙ୍କଜ ଓ ଅପାରଶକ୍ତି ବି ନଜର ଆସୁଛନ୍ତି। ଏଇଠି ଶ୍ରଦ୍ଧା ଆସି କହୁଛନ୍ତି ଆରେ ସ୍ତ୍ରୀ ନୁହେଁ ଆମେ। ଅଭିନେତ୍ରୀ କହୁଛନ୍ତି ଖୁବଶୀଘ୍ର ଏକ ଖତରନାକ ମୁସିବତ ଆସିପାରେ। ସମସ୍ତେ ପଚାରୁୁଛନ୍ତି କେବେ, ହେଲେ ସେ କିଛି ନ କହି ଚାଲି ଯାଉଛନ୍ତି। ଏହାପରେ ପଙ୍କଜ ତ୍ରିପାଠି ଏକ ଲେଟର ପଢୁଛନ୍ତି ଓ କହୁଛନ୍ତି, ସ୍ତ୍ରୀ ଆସନ୍ତା ବର୍ଷ ଅଗଷ୍ଟ ୨୦୨୪ରେ ଆସୁଛି।

Share