ଦିନ ରାତି ଜଳି ରହୁଛି ବିଭିନ୍ନ କାର୍ଯ୍ୟାଳୟର ଷ୍ଟ୍ରିଟ୍‌ ଲାଇଟ୍‌

ଥୁଆମୂଳ ରାମପୁର,୮।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ମୁଖ୍ୟାଳୟର ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଦୈନିକ ମାର୍କେଟ ପର୍ଯ୍ୟନ୍ତ ଲାଗିଥିବା ଷ୍ଟ୍ରିଟଲାଇଟ୍ ଦୀର୍ଘ ବର୍ଷ ଧରି ଅଚଳ ହୋଇ ପଡ଼ି ରହିଥିବା ବେଳେ ଦିନ ରାତିସାରା ଜଳୁଛି ବିଭିନ୍ନ କାର୍ଯ୍ୟାଳୟର ଷ୍ଟ୍ରିଟ୍‌ ଲାଇଟ୍‌ । ଏପରିକି ଏଠି ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ନୁହେଁ ଯାହାକି ଥୁଆମୂଳ ରାମପୁର ବ୍ଲକର ଏକାଧିକ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟରେ ଜଳି ରହୁଛି ଷ୍ଟ୍ରିଟଲାଇଟ୍।

ଏବେ ଅନ୍ୟପଟେ ପଟେ ଦିନକୁ ଦିନ ବିଜୁଳି ବୋଝ ବଢ଼ିବାରେ ଲାଗିଥିବା ବେଳେ ଏହିଭଳି ବିଜୁଳି ଅପବ୍ୟବହାର ଯୋଗୁଁ ସାଧାରଣରେ ଅ‌ସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ମନର ଏଠାରେ ଏକ କୌତୁହଳ ଜାତ ହୁଏ ଯେ, କେଉଁଠି ଲାଇଟି ଦିନରେ ଜଳୁଥିବା ବେଳେ ରାତିରେ ଆଉ ଲାଇଟ୍ ଜଳୁନାହିଁ, ଏପରି ସ୍ଥଳେ ଅନେକ ସ୍ଥାନରେ ଦିନରାତି ଜଳିଶରହୁଛି ଲାଇଟ୍। ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ନଜର ପଡିପାରୁ ନାହିଁ।

ସୂଚନା ମୁତାବକ ଥୁଆମୂଳ ରାମପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା, ବ୍ଲକ୍ ଅଫିସ୍ ପରିସର ସମେତ ବ୍ଲକ୍ ର ଏଇଇ, ଜେଇଙ୍କ କ୍ୱାଟର ସାମ୍ନାରେ ଲାଗିଥିବା ଲାଇଟ୍ ଏବଂ ବ୍ଲକ୍ ମିଶନ ଶକ୍ତି କାର୍ଯ୍ୟାଳୟରେ ଦିନରାତି ଲାଇଟ୍‌ ଜଳୁଛି। ଉକ୍ତ ସ୍ଥାନ ମାନଙ୍କରେ ପ୍ରାୟ ଦିନ ଏମିତିଆ ଲାଇଟ୍ ଜଳି ରହୁଛି ତଥାପି କର୍ମଚାରୀ ମାନେ ଲାଇଟ୍ ଲିଭାଇବା ପାଇଁ ଭୁଲି ଯିବା କେତେ ଯୁକ୍ତିଯୁକ୍ତ। ଏହାଛଡା ବାବା ଖଣ୍ଡୁଆଲ ଖେଳ ପଡ଼ିଆରେ ମଧ୍ୟ ଲାଗିଥିବା ଏକ ହାଇମାଷ୍ଟ ଲାଇଟ୍‌ ଦୀର୍ଘ ଦିନ ହେବ ଦିନରେ ଜଳି ରହୁଥିବା ଦେଖିବାକୁ ମିଳୁଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣାଗଡ ୧୯।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ଥାନା ସରମୁହାଣ ଓ ଭଇଁଷା ଗାଁର ମୁଖ୍ୟ ରାସ୍ତା କଡ଼ରେ ଏକ ମହୁଲ ଗଛରେ ଯୁବକଙ୍କ...

ଅଡ଼ୁଆରେ ଚମ୍ପୁଆ ବିଧାୟକ:ଆବେଦନ ଖାରଜ କଲେ ହାଇକୋର୍ଟ

କଟକ,୧୯ା୯ (କାର୍ତ୍ତିକ ସାହୁ):କେନ୍ଦୁଝର ଜିଲା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ବିରୋଧରେ ଆଗତ ନିର୍ବାଚନ ଅନିୟମିତତା ଆବେଦନ ହାଇକୋର୍ଟରେ ବୁଧବାର ଖାରଜ ହୋଇଛି। ଏହି ଆବେଦନ...

ସିଏଜି ରିପୋର୍ଟରେ ଚାଞ୍ଜଲ୍ୟକର ଖୁଲାସା:ଜଙ୍ଗଲ ଜମିରେ ଓଏମ୍‌ସିର ଖଣି ଖନନ

ଯାଜପୁର,୧୯ା୯(ହର୍ଷବର୍ଦ୍ଧନ ବେହେରା):ବିନା ଅନୁମତିରେ ଜଙ୍ଗଲ ଜମିର ବ୍ୟବହାର କାରଣରୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଅଡୁଆରେ ପଡିଛି। ଏଥିଯୋଗୁ ଓଏମ୍‌ସିକୁ ୪୭.୧୨ କୋଟି ଟଙ୍କା ଜରିମାନା ଦେବାକୁ...

କମାଲ୍‌ କଲେ ଶିଶୁ ବୈଜ୍ଞାନିକ ଦିବ୍ୟାଶା

ବରଗଡ଼, ୧୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କେଶାଇପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଦିବ୍ୟାଶା ପ୍ରଧାନଙ୍କ ପ୍ରକଳ୍ପ ମଲ୍ଟି ପରପୋଜ୍‌...

କ୍ୟାନ୍‌ସର ହସ୍‌ପିଟାଲ ସମସ୍ୟା ଅସମାହିତ

ବରଗଡ଼, ୧୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଖେଦାପାଲିଠାରେ ନିର୍ମିତ କ୍ୟାନସର ହସ୍‌ପିଟାଲରେ ବହୁବିଧ ସମସ୍ୟା ଲାଗି ରହିଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି। ଏହି...

ପୌର ପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ

ବରଗଡ଼, ୧୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦରେ ୟୁଜର୍ସ ଫି ଅସୁଲିରେ ହୋଇଥିବା ଏକ ବଡ଼ କେଳେଙ୍କାରୀ ସାମ୍ନାକୁ ଆସିଛି। ବିଭାଗୀୟ କର୍ମଚାରୀମାନେ ୟୁଜର୍ସ ଫି ଅସୁଲି...

ଅସାଧୁ ଲୋକଙ୍କ ଜନବିରୋଧୀ ଜୋରଦାର ବିରୋଧ: ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

ଭବାନୀପାଟଣା,୧୯ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିଜିମାଳି ଖଣି ଅଞ୍ଚଳର ୩ ପଞ୍ଚାୟତବାସୀ ବୁଧବାର ଜିଲାପାଳଙ୍କୁ ସାକ୍ଷାତ କରିଛନ୍ତି। ଏହାସହ କିଛି...

ଭାଟିରୁ ମଦ ଆଣି କୋଠିରେ ବିକୁଥିଲେ ଦୁଇ ଭାଇ, ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କୋକସରା,୧୮ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଞ୍ଚାୟତ ଚିକିଲି ଗ୍ରାମର ରମେଶ ସାହୁ ଓ ରାଜେଶ ସାହୁ ଦୁଇଭାଇ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri