ମଜଭୁତ ହେଉ ଭଉଣୀ-ଭାଇ ସମ୍ପର୍କର ଡୋରି

ଭଉଣୀର ସୁରକ୍ଷା ପାଇଁ ଭାଇ ସବୁବେଳେ ତା’ସହ ରହିଥାଏ। ଆଉ ଭଉଣୀ ମଧ୍ୟ ସବୁବେଳେ ଭାଇର ଶୁଭ ମନାସିଥାଏ। ଭାଇ ଓ ଭଉଣୀର ଏହି ମଧୁର ସମ୍ପର୍କକୁ ଆହୁରି ମଜଭୁତ କରିଥାଏ ରାଖୀ। ଭାଇ ମନରେ ଭଉଣୀ ପ୍ରତି ଥିବା ପ୍ରତିବଦ୍ଧତା ଆହୁରି ବଢ଼ିଯାଏ। ପବିତ୍ର ରାଖୀପୂର୍ଣ୍ଣିମାରେ ସ୍ନେହ, ମମତା ଆଉ ସମ୍ପର୍କର ଏହି ଡୋରି ଆହୁରି ମଜଭୁତ ହେଉ। ତେବେ ଆମ ଅଭିନେତ୍ରୀମାନେ କିଏ କିପରି ରାଖୀପୂର୍ଣ୍ଣିମା ପାଳନ କରୁଛନ୍ତି ତାହାକୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା।

ଭାଇ ହାତରେ ରାଖୀ
ବାନ୍ଧିପାରିବିନି, କିନ୍ତୁ ଶୁଭ ମନାସିବି
ଏ ବର୍ଷ ଭାଇ ହାତରେ ରାଖୀ ବାନ୍ଧି ପାରିବିନି। ସେ ମୋ’ଠାରୁ ଦୂରରେ ଅଛି, ହେଲେ ତା’ ପାଇଁ ଶୁଭ ମନାସିବି। ସାଙ୍ଗମାନଙ୍କ ସହ ଓ ସମ୍ପର୍କୀୟ ଭାଇଙ୍କ ହାତରେ ରାଖି ବାନ୍ଧିବି। ମୋ ବେଷ୍ଟଫ୍ରେଣ୍ଡ୍‌ ମଧ୍ୟ ମୋ ହାତରେ ରାଖୀ ବାନ୍ଧିବ। ରାଖୀପୂର୍ଣ୍ଣିମା ସବୁ ଭାଇଭଉଣୀଙ୍କ ପାଇଁ ଏକ ପବିତ୍ର ଦିନ। କୁହାଯାଏ ରାଖୀ ହେଉଛି ସୁରକ୍ଷାର ବନ୍ଧନ। ଏବେ ଆମ ଦେଶରେ ଏଭଳି ଘଟଣା ଘଟୁଛି, ଯାହାକୁ ଦେଖିଲେ କାହାକୁ ଭାଇ ବୋଲି ମାନିବୁ କି ନାହିଁ ମଧ୍ୟ ଚିନ୍ତା ଲାଗିଲାଣି। ପ୍ରତ୍ୟେକ ନାରୀ ଯେଭଳି ଏକ ସୁରକ୍ଷିତ ସମାଜରେ ରହିପାପିବେ, ସେ ନେଇ ସମସ୍ତେ ବ୍ୟକ୍ତିଗତ ସ୍ତରରେ ଚେଷ୍ଟା କରିବା ଆବଶ୍ୟକ।
-ଦେବଯାନୀ ଦେଘୁରିଆ, ଅଭିନେତ୍ରୀ
ରାଖୀ ବାନ୍ଧିବାକୁ ଶୁଟିଂ ବନ୍ଦ କରି ଘରକୁ ଆସିଛି
ମୋର ହାଇଦ୍ରାବାଦରେ ଶୁଟିଂ ଚାଲିଛି, ହେଲେ ରାଖୀ ପାଇଁ ମୁଁ ଛୁଟି ନେଇ ଘରକୁ ଆସିଛି। ରାଖୀ ପୂର୍ଣ୍ଣମୀରେ ମୁଁ ସବୁବେଳେ ଚେଷ୍ଟା କରେ ମୋ ଭାଇମାନଙ୍କ ପାଖରେ ରହିବାକୁ। ପୁଣି ଏହିଦିନ ମୋ ମା’ଙ୍କ ମଧ୍ୟ ଜନ୍ମଦିନ। ତେଣୁ ଘରେ ଗୋଟେ ଛୋଟ ଫେଷ୍ଟିଭାଲ ହେବ। ଭାଇମାନେ ମୋଠାରୁ ବହୁତ ସାନ ହେଲେ ବି ସେମାନେ ମା’ଙ୍କଠୁ ଟଙ୍କା ଆଣି ମୋ ପାଇଁ କିଛି ନା କିଛି କିଣି ରଖିଥାନ୍ତି। ସେମାନଙ୍କୁ ମୁଁ ବହୁତ ଭଲପାଏ। ମୋ ମାମୁଙ୍କ ପୁଅଙ୍କୁ ମଧ୍ୟ ରାଖୀ ବାନ୍ଧିବାକୁ ଯିବି।
-ଜସ୍ମିନ ରଥ, ଅଭିନେତ୍ରୀ
ଏମିତି ସମୟ ହିଁ ନ ଆସୁ, ଯେଉଁଥିପାଇଁ ଗୋଟିଏ ଝିଅ ସୁରକ୍ଷା ଖୋଜିବ
ମୁଁ ମୋର ଶୁଟିଂ ସହ ପାଠପଢ଼ା ପାଇଁ ଘରେ ବେଶି ସମୟ ରହିପାରେନି। ମୋ ଭାଇ ମଧ୍ୟ ଛୋଟ। ସେ ପାଠ ପଢ଼ାରେ ବ୍ୟସ୍ତ ରହୁଛି। ତେଣୁ ଆମେ ପରସ୍ପରକୁ ବେଶି ସମୟ ଦେଇପାରୁନାହୁଁ। ମାତ୍ର ରାଖୀରେ ଘରେ ଛୋଟ ଗେଟ୍‌ ଟୁଗେଦର ହୁଏ। ସମ୍ପର୍କୀୟ ଭାଇ, ଭଉଣୀମାନେ ମଧ୍ୟ ଘରକୁ ଆସନ୍ତି। ରାଖୀ ବାନ୍ଧିବା ସହ ହରର୍‌ ମୁଭି ଦେଖିବା ଓ ଗପସପ ହେବାରେ ସମୟ ବିତାଇଦେଉ। ସବୁଥର ପରି ଏଥର ମଧ୍ୟ ରାଖୀକୁ ନେଇ ଉତ୍ସାହ ରହିଛି। ମାତ୍ର ନିକଟରେ ଘଟିଥିବା ଘଟଣାଗୁଡ଼ିକୁ ଦେଖିଲେ ବହୁତ କଷ୍ଟ ଲାଗୁଛି। ଆମେ ଅଚିହ୍ନା ଲୋକଙ୍କୁ ବି ଭାଇ ଡାକୁ। ଏବେ କାହା ସହ ମିଶିବାକୁ ମଧ୍ୟ ଭୟ ଲାଗିଲାଣି। ଏମିତି କିଛି ସମୟ ହିଁ ନ ଆସୁ, ଯେଉଁଥିପାଇଁ ଗୋଟିଏ ଝିଅ ସୁରକ୍ଷା ଖୋଜିବ।
-ଶୀତଲ ପାତ୍ର, ଅଭିନେତ୍ରୀ
ଭାଇକୁ ମିସ୍‌ କରିବି, ଶୁଟିଂ ସେଟ୍‌ରେ ରାଖୀ ଉତ୍ସବ ପାଳିବି
ଜଣେ କଳାକାର ଭାବେ ବହୁତ କିଛି ସାକ୍ରିଫାଇସ୍‌ କରିବାକୁ ପଡ଼େ। ମୁଁ ଏବେ ଶୁଟିଂରେ ଅଛି। ଏଥର ରାଖୀ ଉତ୍ସବ ସେଟ୍‌ରେ ପାଳନ ହେବ। ଏତେ ବର୍ଷ ହେବ କାମ କଲିଣି। ତେଣୁ ଭାଇ ବୋଲି ଏଠାରେ ଅନେକଙ୍କୁ ସମ୍ବୋଧନ କରେ। ଏଠି ମଧ୍ୟ ଏକ ପରିବାର ଅଛି। ସେମାନଙ୍କ ସହ ରାଖୀ ପାଳିବି। ଦୂରରେ ଥିବାରୁ ମୋ ସାନଭାଇକୁ ମୁଁ ବହୁତ ମିସ୍‌ କରିବି। କାମ ପାଇଁ ଅନେକ ସମୟରେ ପର୍ବପର୍ବାଣିରେ ଘରକୁ ଯାଇପାରେନାହିଁ। ମାତ୍ର କେବେ ମନଦୁଃଖ କରେନି, କାରଣ ପରିବାର ପରେ କାମ ହିଁ ଏକ ଭିନ୍ନ ଭଲପାଇବା।
-ସୂର୍ଯ୍ୟମୟୀ ମହାପାତ୍ର, ଅଭିନେତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri